ମୁମ୍ବାଇ କ୍ରାଇମବ୍ରାଞ୍ଚ: ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ଗୁପ୍ତ ଅଲମାରୀ

ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତକୁ ଅଧିକ ଶକ୍ତ କରିଦେଇଛନ୍ତି । ଏବେ କ୍ରାଇମବ୍ରାଞ୍ଚକୁ ରାଜ କୁନ୍ଦ୍ରାଙ୍କ ଅଫିସରୁ ଏକ ସିକ୍ରେଟ ବା ଗୁପ୍ତ ଅଲମାରୀ ପାଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ରାଜ କୁନ୍ଦ୍ରାଙ୍କ ଅଫିସକୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବା ସମୟରେ ଏକ ଗୁପ୍ତ ଅଲମାରୀ ପାଇଛନ୍ତି । ପୋଲିସଙ୍କ କହିବା ଅନୁଯାୟୀ, ପର୍ଣ୍ଣୋଗ୍ରାଫୀ ମାମଲାରେ ମୁମ୍ବାଇର ଅନ୍ଧେରୀରେ ରାଜ କୁନ୍ଦ୍ରାଙ୍କ ବୟାନକୁ ଭିତ୍ତି କରି ଜିଏଲ ଷ୍ଟ୍ରିମ ଅଫିସରେ ତଲାସ ଆରମ୍ଭ ହୋଇଥିଲା । ଏଥିରେ ଗୁପ୍ତ ଅଲମାରୀର ସନ୍ଧାନ ମିଳିଥିଲା ।

ଏହି ଅଲମାରୀରେ ଅନେକ ଫାଇଲ ରହିଥିବାର ସୂଚନା ମିଳିଛି । ସେଥିମଧ୍ୟରୁ କିଛି କ୍ରିପ୍ଟୋ କରେନ୍ସି ସହ ଜଡ଼ିତ ଫାଇଲ ଥିବାର ଜଣାପଡିଛି। ଏହାପୂର୍ବରୁ ମଧ୍ୟ ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କ ଏହି ଅଫିସରେ ପୋଲିସ ତଲାସ କରିଥିଲା । ପୁନର୍ବାର ତଲାସ କରିବା ପରେ ଅଲମାରୀ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.