ରାକ୍ଷୀ ସାଓ୍ଵନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ! ଶର୍ଲିନ ଚୋପ୍ରାଙ୍କ ଅଭିଯାଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ରାକ୍ଷୀ ସାଓ୍ଵନ୍ତଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାକ୍ଷୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ନେଇଛି। ଶର୍ଲିନ ଚୋପ୍ରା ଟ୍ଵିଟ୍ କରି ରାକ୍ଷୀଙ୍କୁ ନେଇ ଏହି ସୂଚନା ସେୟାର କରିଛନ୍ତି। କିଛି ଦିନ ତଳେ ଶର୍ଲିନ ଚୋପ୍ରା, ରାକ୍ଷୀ ସାଓ୍ଵନ୍ତଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ। ଏବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାକ୍ଷୀଙ୍କୁ ଗିରଫ କରିଛି।
କ’ଣ ରହିଛି ମାମଲା
ବିଗ୍ ବସ୍ ୧୬ ଆରମ୍ଭ ହେବା ପରେ ଶର୍ଲିନ ଚୋପ୍ରା ସାଜିଦ୍ ଖାନଙ୍କୁ ନେଇ ନିର୍ମାତାଙ୍କ ଉପରେ ନାରାବାଜି କରିଥିଲେ। ଶର୍ଲିନଙ୍କ କହିବା ଥିଲା ଯେ ଯେଉଁ ମଣିଷ ଅନେକ ଝିଅଙ୍କୁ ଶୋଷଣ କରିଛି, ତାଙ୍କୁ ଶୋ’ରେ ରହିବାର କୌଣସି ଅଧିକାର ନାହିଁ। ପରେ ଶର୍ଲିନ, ସାଜିଦ୍ ଖାନଙ୍କ ବିରୋଧରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ।
ସେପଟେ ରାକ୍ଷୀ ସାଓ୍ଵନ୍ତ, ସାଜିଦ ଖାନଙ୍କୁ ଭାଇ ବୋଲି ମାନନ୍ତି। ତେଣୁ ସେ ଶର୍ଲିନଙ୍କ ଅଭିଯୋଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ। ପାପାରାଜି ସହିତ କଥାବାର୍ତ୍ତାରେ ରାକ୍ଷୀ ସାଓ୍ଵନ୍ତ ଶର୍ଲିନଙ୍କ ବିରୋଧରେ ବହୁତ ଖରାପ କଥା କହିଥିଲେ। ରାକ୍ଷୀଙ୍କ ମୁହଁରୁ ନିଜ ବିଷୟରେ ଏପରି କମେଣ୍ଟ ସବୁ ଶୁଣି ଶର୍ଲିନ ରାଗି ଯାଇଥିଲେ ଏବଂ ପୋଲିସରେ ଅଭିଯୋଗ କରିଥିଲେ। ଅବଶ୍ୟ, ଶର୍ଲିନ ଚୋପ୍ରାଙ୍କ ପୂର୍ବରୁ ରାକ୍ଷୀ ସାଓ୍ଵନ୍ତ ମଧ୍ୟ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ।
BREAKING NEWS!!!
AMBOLI POLICE HAS ARRESTED RAKHI SAWANT IN RESPECT WITH FIR 883/2022
YESTERDAY, RAKHI SAWANT’S ABA 1870/2022 WAS REJECTED BY MUMBAI SESSIONS COURT
— Sherlyn Chopra (शर्लिन चोपड़ा)🇮🇳 (@SherlynChopra) January 19, 2023
ଥାନାରେ ରିପୋର୍ଟ ଲେଖାଇବା ପରେ ଶର୍ଲିନ ସେହି ସମୟରେ ବି ଏକ ଟ୍ଵିଟ୍ କରିଥିଲେ। ଟ୍ଵିଟ୍ରେ ସେ ଲେଖିଥିଲେ, ‘ଧାରା ୪୯୯, ଧାରା ୫୦୦, ଧାରା ୫୦୯ ଏବଂ ଧାରା ୫୦୩ ଅଧୀନରେ ମାମଲା ରୁଜୁ କରାଯାଇଛି। ନୌଟଙ୍କିବାଜ୍ ରାକ୍ଷୀ ସାଓ୍ଵନ୍ତ ପ୍ରସ୍ତୁତ ହୋଇଯାଅ ଗିରଫ ହେବା ପାଇଁ’। ତେବେ ଶର୍ଲିନ ଏହି ଅଭିଯୋଗ ଜୁହୁ ଥାନାରେ କରିଥିଲେ।
ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ବ୍ୟତୀତ ଶର୍ଲିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ପୋଲିସକୁ ଏକ ଚିଠି ମଧ୍ୟ ଲେଖିଥିଲେ। ସେପଟେ ରାକ୍ଷୀ ସାଓ୍ଵନ୍ତ ବି ନଭେମ୍ବରରେ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମୁମ୍ବାଇର ଓସିଓ୍ଵାରା ଥାନାରେ ମାନହାନି ମକଦ୍ଦମା ରୁଜୁ କରାଇଥିଲେ। ବର୍ତ୍ତମାନ ରାକ୍ଷୀ ପୋଲିସ ହେପାଜତରେ ଥିବା ଜଣାପଡ଼ିଛି।