ଏବେ NCB ଅଫିସର ଯାଞ୍ଚ କରିବା ମୁମ୍ବାଇ ପୋଲିସ, ମାଗିଲା ସିସିଟିଭି ଫୁଟେଜ

NCB ଅଫିସର ସିସିଟିଭି ଫୁଟେଜ ମାଗିଛି ମୁମ୍ବାଇ ପୋଲିସ। ଡ୍ରଗ୍ସ ଅନ କ୍ରୁଜ ମାମଲାରେ ଟଙ୍କା କାରବାର ଅଭିଯୋଗର ତଦନ୍ତ ପାଇଁ NCB ସାଉଥ ମୁମ୍ବାଇ ଅଫିସର ସିସିଟିଭି ଫୁଟେଜ ମାଗିଛି। ଅକ୍ଟୋବର ୨ରୁ ଏବେ ଯାଏଁର ଫୁଟେଜ ଦାଖଲ କରିବାକୁ NCBକୁ କୁହାଯାଇଛି। ଏହି ଦିନ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ NCB ଅଫିସକୁ ଅଣାଯାଇଥିଲା। ସିସିଟିଭିରୁ ମାମଲାରେ ସାମ୍‌ ଡିସୁଜା ଓ କେପି ଗୋସାବୀଙ୍କ ସମ୍ପୃକ୍ତିର ଯାଞ୍ଚ କରାଯିବ।

ଅନ୍ୟପଟେ NCB ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ମୁମ୍ବାଇ ପୋଲିସର ସ୍ୱତନ୍ତ୍ର ଟିମ୍‌ କରୁଛି। NCBର ସ୍ୱାଧୀନ ସାକ୍ଷୀ ପ୍ରଭାକର ସେଲର ରେକର୍ଡ ବୟାନ କରିଛି SIT । ଆର୍ଯ୍ୟନ ଖାନ୍‌ ଗିରଫ ହେବା ପରେ ଗୋସାବୀ ୨୫ କୋଟି ଟଙ୍କାର ଡିଲ୍‌ କରିଥିବା ଅଭିଯୋଗ ଆଣିଥିଲେ ପ୍ରଭାକର ସେଲ୍‌।

ମୁମ୍ବାଇ ପୋଲିସ ଜାଣିବାକୁ ଚାହୁଁଛି ଯେ ଏନ୍‌ସିବି ଅଫିସରରେ ଏହି ସାମ୍‌ ଡିସୁଜା, କେପି ଗୋସାବୀ ଓ ପ୍ରଭାକର ସେଲର କ’ଣ କରୁଥିଲେ। ଯେଉଁ ସମୟରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବି ଅଫିସକୁ ଅଣାଗଲା ସେହି ସମୟରେ ଏମାନେ ଆର୍ଯ୍ୟନ୍‌ଙ୍କ ସହ କିଭଳି ବ୍ୟବହାର କରୁଥିଲେ। ଏଥିସହ ଯେତେବେଳେ ସାମ୍‌ ଏନ୍‌ସିବି ଅଫିସରେ ଥିଲେ ସେତେବେଳେ ତାଙ୍କ ଆକ୍ଟିଭିଟି କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ମୁମ୍ବାଇ ପୋଲିସ। ଏଣୁ ମୁମ୍ବାଇ ପୋଲିସ ଏନ୍‌ସିବି ଅଫିସରର ସମସ୍ତ ଫୁଟେଜ୍‌ ମଗାଇଛି ।

ସୂଚନାଯୋଗ୍ୟ ଯେ ମୁମ୍ବାଇ ପୋଲିସକୁ ଏବେ ଯାଏଁ ଏମିତି କୌଣସି ବି ସୁରାକ୍‌ ମିଳିନି ଯେଉଁଥିରୁ ପ୍ରମାଣିତ ହେବ ଯେ ଏହି ଟଙ୍କା ଆଦାୟ ସହ ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ସମ୍ପୃକ୍ତି ରହିଛି। କିନ୍ତୁ ତଦନ୍ତ ବେଳେ ମୁମ୍ବାଇ ପୋଲିସ ଜାଣିବାକୁ ପାଇଛି ଯେ ଏହି ଟଙ୍କା ଆଦାୟରେ ଗୋସାବୀଙ୍କ ସମ୍ପୃକ୍ତି ରହିଛି ଓ ସେ ହିଁ ଟଙ୍କା ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.