ଜେଲ ଭିତରେ ମୁନ୍ନା ଭାଇ ଓ ସର୍କିଟ, ସଂଜୟ ଦତ୍ତଙ୍କ ଏହି ପୋଷ୍ଟରକୁ ନେଇ ଦର୍ଶକ ଦେଲେ ଏମିତି ପ୍ରତିକ୍ରିୟା

ବଲିଉଡରେ କିଛି ଅଭିନେତାଙ୍କ ଯୋଡି ବହୁତ ଧମାକା ସୃଷ୍ଟି କରିଥାଏ । ଯାହା ସବୁଦିନ ପାଇଁ ଦର୍ଶକଙ୍କ ମନରେ ରହିଯାଇଥାଏ । ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ’ ରେ ଯୁଗ୍ମ ଚରିତ୍ର ମୁନ୍ନାଭାଇ ଓ ସର୍କିଟ ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇଥିଲେ । ଖାଲି ସେତିକି ନୁହେଁ ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଂଜୟ ଦତ୍ତ ଓ ଅର୍ସଦ ଓ୍ଵାରସୀ ଧମାକା ସୃଷ୍ଟି କରିଥିଲେ ।

ଆଜି ବି ଏହି ଦୁଇ ଚରିତ୍ର ପ୍ରଶଂସକଙ୍କ ହୃଦୟରେ ରହିଯାଇଛନ୍ତି । ନିକଟରେ ମୁନାଭାଇ ଚରିତ୍ରର ଅଭିନେତା ସଂଜୟ ଦତ୍ତ ଓ ସର୍କିଟ ଚରିତ୍ରରେ ଅଭିନୟ କରିଥିବା ଅର୍ସଦ ଓ୍ଵାରିସଙ୍କ ଜେଲ ଭିତରେ ଥିବା ଏକ ପୋଷ୍ଟର ପ୍ରକାଶ ପାଇଛି । ଏଥିରେ ଦେଖାଯାଇଛି, ସଂଜୟ ଦତ୍ତ ଓ ଅର୍ସଦ ଓ୍ଵାରିସ ଜେଲ ଭିତରେ କଏଦୀ ପୋଷାକରେ ଅଛନ୍ତି । ପୋଷ୍ଟର ତଳେ ଲେଖାଯାଇଛି ‘ଥିଏଟର ୨୦୨୩’, ଯାହାକୁ ନେଇ ଦର୍ଶକଙ୍କ ମନରେ ସସପେନ୍ସ(ସନ୍ଦେହ) ସୃଷ୍ଟି ହୋଇଛି ।

ସଂଜୟ ଦତ୍ତ ପୋଷ୍ଟର ରିଲିଜ କରିବା ସହ ଲେଖିଛନ୍ତି ‘ଆମ ଦୁହିଁଙ୍କୁ ଆପଣମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ । ଖୁବ୍‌ ଶୀଘ୍ର ଅର୍ସଦ ଭାଇଙ୍କ ସହ ଆଉ ଏକ ବଢ଼ିଆ ଫିଲ୍ମ ନେଇ କରି ଆମେ ଆସୁଛୁ । ଆପଣ ସମସ୍ତେ ଏହି ଫିଲ୍ମକୁ ଖୁବ ଶୀଘ୍ର ଦେଖିବେ । ଆମ ସହ ଯୋଡି ହୋଇ ରୁହନ୍ତୁ । ଏହି ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାନ୍ତ ସଚ୍ଚଦେବ ଦେଇଥିବା ବେଳେ ଫିଲ୍ମଟିକୁ ସଂଜୟ ଦତ୍ତ କରିବେ ।

ପ୍ରଶଂସକମାନେ ଏହି ଫିଲ୍ମର ନାମ କରଣ ମଧ୍ୟ କରିସାରିଲେଣି । କେହି କେହି ଏହାକୁ ‘ମୁନ୍ନାଭାଇ ଏମବିବିଏସ୍‌ ୩ ’ କହୁଥିବା ବେଳେ ଜଣେ ଏହାକୁ ମୁନ୍ନାଭାଇ ଓ ସର୍କିଟ ଯୋଡି ବୋଲି କହିଛନ୍ତି । ଆଉ କେହି ‘ଫିଲ୍ମ କ’ଣ ବୋଲି ପଚାରିଛନ୍ତି ।

ପ୍ରକାଶଯୋଗ୍ୟ, ୨୦୦୩ ରେ ‘ ମୁନ୍ନାଭାଇ ଏମବିବିଏସ୍‌’ ଓ ‘ ୨୦୦୬ ରେ ‘ଲଗେ ରହୋ ମୁନ୍ନାଭାଇ’ ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇ ଥିଲେ ।

ପୁଣି ଥରେ ଏହି ଯୋଡିଙ୍କୁ ଦେଖି ଦର୍ଶକ ‘ମୁନ୍ନା ଭାଇ ଏମବିବିଏସ ୩ ’ ବୋଲି ଆଶା କରୁଛନ୍ତି । ତେବେ ଫିଲ୍ମ ରିଲିଜ ହେଲେ ଜଣାପଡିବ କ’ଣ ଏଥର ଭେଟି ଦେବାକୁ ଯାଉଛନ୍ତି ମୁନ୍ନାଭାଇ ଓ ସର୍କିଟ ବା ସଂଜୟ ଦତ୍ତ ଓ ଅର୍ସଦ ଓ୍ଵାରିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.