୩ଟି ଅଣ୍ଡା ପାଇଁ ମ୍ୟୁଜିକ୍‌ ଡାଇରେକ୍ଟର ଶେଖର ଦେଲେ ୧୬୭୨ ଟଙ୍କା, ଭାଇରାଲ ହେଲା ବିଲ୍‌

ବଲିଉଡର ଅନେକ ଫିଲ୍ମରେ ସୁପରହିଟ୍‌ ମ୍ୟୁଜିକ୍‌ ଦେଇସାରିଥିବା ଭିସାଲ୍‌ ଶେଖରଙ୍କ ଯୋଡିଦାର୍‌ ଶେଖର ରବିଜାନୀ ନିଜର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଶେଖର ଟ୍ଵିଟ୍‌ରେ ଗୋଟିଏ ବିଲ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତିନିଟି ଅଣ୍ଡାର ଦାମ୍‌ ପୋଷ୍ଟ କରିଛନ୍ତି। ତିନଟି ଅଣ୍ଡା ପାଇଁ ଶେଖରଙ୍କୁ ୧୬୭୨ ଟଙ୍କା ଦେବାକୁ ପଡିଥିଲା। ଏହିକାରଣରୁ ତାଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

sekharରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ଚଣ୍ଡୀଗଢର ଜେଡବ୍ଲ୍ୟୁ ମେରିୟଟ ହୋଟେଲରେ ଆକ୍ଟର ରାହୁଲ ବୋସ୍‌ ମଧ୍ୟ ଦୁଇଟି କଦଳୀ ପାଇଁ ୪୪୨ଟଙ୍କା ଦେଇଥିଲେ। ଏହାପରେ ଚଣ୍ଡୀଗଢର ଆବକାରୀ ଏବଂ କରାଧାନ ବିଭାଗ ଜେଡବ୍ଲ୍ୟୁ ମେରିୟଟ ହୋଟେଲରେ ୨୫ହଜାର ଟଙ୍କା ଜରିମାନା ଲଗାଇଥିଲେ। ଏହି ଘଟଣା ପରେ କାର୍ତ୍ତିକଙ୍କ ଘର ସଦସ୍ୟ ଟ୍ଵିଟରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଶେଖରଙ୍କୁ ଦୁଇଟି ସିଝା ଜାଇଥିବା ଅଣ୍ଡା ପାଇଁ ୧୭୦୦ଟଙ୍କା ଦେବାକୁ ପଡିଥିଲା ବୋଲି କହିଛନ୍ତି।

ଏହାସହ ପଢନ୍ତୁ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା, ଫଟୋ…

 

ସୂଚନା ଅନୁଯାୟୀ ଭିସାଲ ଏବଂ ଶେଖର ହ୍ରିତ୍ୱିକ୍‌ ରୋସନ ଏବଂ ଟାଇଗର ସ୍ରାଫ୍‌ଙ୍କର ବ୍ଲକବଷ୍ଟର ଫିଲ୍ମ ‘ଓ୍ଵାର’ରେ ଏକାଠି କାମ କରିଛନ୍ତି। ଏହି ଫିଲ୍ମର ମ୍ୟୁଜିକ୍‌ ରେ ଦର୍ଶକମାନଙ୍କର ଭଲ ରେସପନ୍ସ ମିଳିବା ସହ ଫିଲ୍ମଟି ୩୦୦ କୋଟି ରୁ ଅଧିକ ଆୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.