ମନୋରଂଜନ

ଅନଲାଇନ୍‌ ଠକାମିର ଶିକାର ହେଲେ ନାଗିନ ଫେମ୍‌ ମେହକ ଚହଲ, ୫ ମିନିଟରେ ଗାଏବ ହେଲା ୪୯ ହଜାର ଟଙ୍କା

ନାଗିନ ଫେମ୍‌ ମେହକ ଚହଲ ଅନଲାଇନ ଠକାମିର ଶିକାର ହୋଇଛନ୍ତି। ୧୨ ଜୁଲାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତ୍ରୀଙ୍କ ଠାରୁ ୪୯ ହଜାର ଟଙ୍କା ଠକି ନେଇଥିବା ଖବର ମିଳିଛି। ଏହାସହିତ ଅଭିନେତ୍ରୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ଅଭିନେତ୍ରୀଙ୍କ କହିବାନୁଯାୟୀ, ସେ କିଛି ସାମଗ୍ରୀ ଗୁରୁଗ୍ରାମ ପଠାଇବାର ଥିଲା। ଯେଉଁଥିପାଇଁ ଇଣ୍ଟରନେଟରେ କୋରିଅର ସର୍ଭିସ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ସେ ଯେଉଁ ନମ୍ବର ପାଇଥିଲେ, ସେଥିରେ କଲ୍‌ କରିଥିଲେ। ଯେଉଁ ନମ୍ବରରେ ସେ କଲ୍‌ କରିଥିଲେ, ଠକାମିର ଶିକାର ହୋଇଥିଲେ।

ମେହକ କହିଛନ୍ତି, ଅନଲାଇନରେ ମିଳିଥିବା ନମ୍ବରରେ କଲ୍‌ କରିଥିଲି। ଆଉ ସେହି ନମ୍ବର ରିସିର୍ଭ କରିଥିବା ବ୍ୟକ୍ତି ଜଣକ ଫେମସ ସର୍ଭିସ କମ୍ପାନୀ ସହିତ ଜଡିତ ବୋଲି କହିଥିଲେ। ସେ ସାଇଟ୍‌କୁ ଯାଇ ରେଜିଷ୍ଟ୍ରସନ କରିଥିଲେ। ରେଜିଷ୍ଟ୍ରେସନ ଫିସ୍‌ ନାମରେ ୧୦ ଟଙ୍କା ଦେବାକୁ ପଡିଥିଲା ଏବଂ ପ୍ରଡକ୍ଟ ପାଇଁ ପେମେଣ୍ଟ ମଧ୍ୟ କରିଥିଲେ।

ଅଭିନେତ୍ରୀ କହିଥିଲେ ସେହି ବ୍ୟକ୍ତି ଜଣକ ଜିନିଷ ଦେବା ପରେ ଗୁଗୁଲ ପେ କରିବାକୁ କହିଥିଲେ। ଗୁଗଲ ପେରେ ପଇସା ନ ଯିବାରୁ ଏକ ଲିଙ୍କ ଜରିଆରେ ପଇସା ପଠାଇଥିଲେ। ଏହି ଲିଙ୍କ ଜରିଆରେ ଓଟିପି ଆସିବ ଏବଂ ଓଟିପି ସେୟାର କରିବା ଦ୍ୱାରା ୨୦ ସେକେଣ୍ଡରେ ଅଭିନେତ୍ରୀଙ୍କର ୪୯ ହଜାର ଟଙ୍କା ଗାଏବ ହୋଇଯାଇଥିଲା।

ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଗାଏବ ହେବା ପରେ ଆକାଉଣ୍ଟକୁ ଫ୍ରିଜ୍‌ କରି ପୋଲିସକୁ ଅଭିଯୋଗ କରିଥିଲେ। ପୋଲିସ ସାଇବର ଓ୍ଵିଙ୍ଗ ଜରିଆରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ଯୋଗ୍ୟୁ ଅଭିନେତ୍ରୀଙ୍କୁ ନିଜ ସୁଟ୍‌ ରଦ୍ଦ କରିବାକୁ ପଡିଥିଲା।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago