ନାଗା ଚୈତନ୍ୟ ମଙ୍ଗଳସୂତ୍ର ପିନ୍ଧାଇବା ବେଳେ ଭାବପ୍ରବଣ ହେଲେ ଶୋଭିତା, ଫଟୋ ଓ ଭିଡିଓ ଭାଇରାଲ

ସାଉଥ୍ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଡିସେମ୍ବର ୪ରେ ଏକ ପାରମ୍ପରିକ ତେଲୁଗୁ ରୀତିନୀତିରେ ଦୁହିଁଙ୍କ ବାହାଘର ସମ୍ପନ୍ନ ହୋଇଛି । କପଲଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିବାହ ସମାରୋହର ଏକ ଭିଡିଓରେ ଶୋଭିତା ଭାବପ୍ରବଣ ନଜର ଆସିଛନ୍ତି । ନାଗା ତାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବା ବେଳେ ସେ ଭାବପ୍ରବଣ ହୋଇପଡ଼ିଥିଲେ ।

ଭିଡିଓରେ ଶୋଭିତା ଇମୋସନାଲ୍ ହେବାର ଦେଖାଯାଇଛନ୍ତି । ନାଗାଙ୍କ ଭାଇ ଅଖିଲ ଅକ୍କିନେନି ଖୁସିରେ ସିଟି ବଜାଉଛନ୍ତି । ପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ବହୁତ ଖୁସି ଏବଂ ଉତ୍ସାହିତ ନଜର ଆସିଛନ୍ତି । ଏହି ଭିଡିଓରେ ଶୋଭିତା ଧଳା ରଙ୍ଗର ରେଡ୍ ବର୍ଡର ଥିବା ସିଲ୍କ ଶାଢି ସହିତ ଭାରୀ ସୁନା ଅଳଙ୍କାର ପିନ୍ଧିଛନ୍ତି । ସେ ହାର, କାନଫୁଲ ଏବଂ ଚୁଡ଼ି ପିନ୍ଧି ବହୁତ ଗର୍ଜିୟସ୍ ଦେଖାଯାଉଛନ୍ତି । ଏପଟେ ନାଗା ଚୈତନ୍ୟଙ୍କୁ ଧଳା ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଥିଲା ।

କହି ରଖୁଛୁ, ଏହା ପୂର୍ବରୁ ନାଗାର୍ଜୁନ ଶୋଭିତା ଓ ନାଗା ଚୈତନ୍ୟଙ୍କ ବିବାହ ଫଟୋ ସେୟାର କରି ନୂଆ ବୋହୂକୁ ଘରକୁ ସ୍ୱାଗତ କରିଥିଲେ । ସେ ଶୋଭିତାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ତୁମେ ଆମ ଜୀବନରେ ବହୁତ ଖୁସି ନେଇ ଆସିଛ’ । ଏହି ଫଟୋରେ ଶୋଭିତାଙ୍କୁ ହଳଦିଆ ରଙ୍ଗର ଶାଢି ପିନ୍ଧିଥିବା ଦେଖିବାକୁ ମିଳିଛି । ନାଗା କଲର୍ କୋଅର୍ଡିନେଟେଡ୍ ଆଉଟଫିଟ୍ ପିନ୍ଧିଛନ୍ତି । ଶୋଭିତା ଓ ନାଗାଙ୍କ ସହ ନାଗାର୍ଜୁନ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ଷ୍ଟାର୍ କପଲଙ୍କ ବିବାହରେ ସାଉଥ୍ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ସେଲିବ୍ରିଟି ଯୋଗଦେଇଥିଲେ । ନାଗା ଓ ଧୁଲିପାଲାଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ନାଗା ଚୈତନ୍ୟଙ୍କର ଏହା ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ ।