ଆଜି ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ, ୬୫୦ କୋଟିର ଭେନ୍ୟୁ ଚୟନ

ଆଜି ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ । ଡିସେମ୍ବର ୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସାଉଥ୍ ଇଣ୍ଡଷ୍ଟ୍ରିର ପାୱାର କପଲ୍ ନାଗା ଓ ଧୁଲିପାଲାଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଆଜି ସେମାନେ ଧୁମଧାମରେ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ।

କପଲଙ୍କ ବିବାହ ଏବେ ‘ଟକ୍ ଅଫ୍ ଦ ଟାଉନ୍’ ହୋଇଛି । ବର୍ତ୍ତମାନ ସେମାନଙ୍କ ପ୍ରି-ୱେଡିଂ ସେଲିବ୍ରେସନର ଫଟୋଗୁଡ଼ିକ ବହୁତ ଭାଇରାଲ ହେବାରେ ଲାଗିଛି । ଫ୍ୟାନମାନେ ଦୁହିଁଙ୍କ ବିବାହର ଫଟୋକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଖବର ରହିଛି କି, ବିବାହକୁ ଖାସ୍ କରିବା ପାଇଁ ଏହି ଯୋଡ଼ି ୬୫୦ କୋଟିର ଭେନ୍ୟୁ ଚୟନ କରିଛନ୍ତି, ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି ।

ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବାକୁ ଯାଉଛି । ଏହା ବଞ୍ଜାରା ହିଲ୍ସରେ ୨୨ ଏକର ଜମିରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୬୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି ଷ୍ଟୁଡିଓରେ ଖାସ୍ କରି ଟଲିଉଡ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ । ଦେଶର ସର୍ବବୃହତ୍ ଷ୍ଟୁଡିଓ ମଧ୍ୟରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓକୁ ଗଣନା କରାଯାଏ । ଏକ ରିପୋର୍ଟ ଅନୁଯାୟୀ, ଷ୍ଟୁଡିଓର ଜମିକୁ ୧୯୭୬ ମସିହାରେ ଚୈତନ୍ୟଙ୍କ ଜେଜେବାପା ନାଗେଶ୍ୱର ରାଓ କିଣିଥିଲେ ।

ଏହି ଷ୍ଟାର୍ କପଲଙ୍କ ବିବାହରେ ସାଉଥ୍ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ସେଲିବ୍ରିଟି ଯୋଗଦେବେ । ସୂତ୍ର ମୁତାବକ, ରାମଚରଣ-ଉପାସନା କୋନିଡେଲା, ମହେଶ ବାବୁ-ନମ୍ରତା ଶିରୋଡକର ବିବାହରେ ସାମିଲ ହେବେ । ଏହିପରି ଏସଏସ୍ ରାଜାମୗଲି, ନୟନତାରା, ପ୍ରଭାସ, ଅଲୁ ଅର୍ଜୁନ ମଧ୍ୟ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । କପଲଙ୍କର ଷ୍ଟାର ଷ୍ଟଡେଡ୍ ୱେଡିଂ ହେବାକୁ ଯାଉଛି ।

କୁହାଯାଉଛି ଯେ ନାଗା ଚୈତନ୍ୟ ପାରମ୍ପରିକ ବସ୍ତ୍ର ‘ପାଞ୍ଚା’ ପିନ୍ଧି ତାଙ୍କ ଜେଜେବାପାଙ୍କୁ ଟ୍ରିବ୍ୟୁଟ୍ ଦେବେ ।