ଧାରାବାହିକ ‘ନାଗିନ୍-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍ ଶୀଘ୍ର ବଲିଉଡ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ‘ସୋନମ୍ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡ୍ ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଜସ୍ସି ଗିଲ୍।
‘ନାଗିନ୍-୩’ ବ୍ୟତୀତ ସୁରଭି ଅନେକ ପପୁଲାର୍ ଟିଭି ସୋ’ ରେ କାମ କରିଛନ୍ତି। ଏହାବ୍ୟତୀତ ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। କିନ୍ତୁ ସୁରଭି ପ୍ରଥମ ଥର ନୂଆ କରି ବଲିଉଡ୍ ରେ ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି। ତା’ସହିତ ଏନେଇ ସେ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ‘ସୋନମ୍ ଗୁପ୍ତା ବେୱଫା ହେ’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ଏଥିରେ ନୀଲୁ କୋହଲି ଓ ବ୍ରଜେନ୍ଦ୍ର କାଲା ମଧ୍ୟ ଅଭିନୟ କରିବେ।
ଏହାସହ ପଢନ୍ତୁ: ବିଗ୍ ବସ୍ ଘରୁ ବାହାରିବା ପରେ ଅଭିନେତ୍ରୀ କୋଏନା ମିତ୍ର ଆଣିଲେ ଏହି ଅଭିଯୋଗ, କହିଲେ ସଲମାନ୍ କରୁଛନ୍ତି ପାତରଅନ୍ତର
ରିପୋର୍ଟ ଅନୁଯାୟୀ ଖୁବ୍ ଶୀଘ୍ର କିନ୍ତୁ ଏହି ଧାରାବାହିକକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବ ଏପିସୋଡ୍ କୁ ଲକ୍ଷ୍ୟ କରି ଏଥିରେ ସୁରଭି ଜ୍ୟୋତି ଏବଂ ଅନୀତା ହସନଂଦାନି ଅଭିନୟ କରିବେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ସୁରଭି ଟେଲିଭିଜନରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ସୁରଭି ବଲିଉଡ୍ରେ ଦମଦାର୍ ଡେବ୍ୟୁ କରିବାରେ ସଫଳ ହେଉଛନ୍ତି ନା ନାହିଁ, ତାହା ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…
ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …
ସୋର : କୋଇଲା ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…