ଲିକ୍‌ ହେଲା ବିଗ୍‌ ବସ୍‌ ଓଟିଟି ବିଜେତାଙ୍କ ନାମ, ଏହି ପ୍ରତିଯୋଗୀଙ୍କ ହାତରେ ଲାଗିବ ଟ୍ରଫି

ବିଗ୍‌ ବସ୍‌ ଓଟିଟି ଏବେ ଖୁବ୍‌ ଧମାଲ କରୁଛି। ଛୋଟ ପରଦାର ସବୁଠାରୁ ବିବାଦୀୟ ଶୋ’କୁ ଓଟିଟିରେ ଷ୍ଟ୍ରିମ୍‌ କରାଯାଇଛି। ଦର୍ଶକମାନେ ମଧ୍ୟ ଏହି ଶୋ’କୁ ବେଶ୍‌ ପସନ୍ଦ କରୁଛନ୍ତି, କିନ୍ତୁ ଏବେ କିଛିଦିନ ଭିତରେ ହିଁ ବିଗ୍‌ ବସ୍‌ ଓଟିଟିର ଫିନାଲେ ହୋଇଯିବ। ଫିନାଲେ ଦ୍ୱାରରେ ଛିଡ଼ା ହୋଇଥିବା ବିଗ୍‌ ବସ୍‌ ଓଟିଟିକୁ ବହୁତ ଜଲ୍‌ଦି ବିଜେତା ମିଳିଯିବ। ତେବେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ବିଷୟରେ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

ଯେମିତି ଯେମିତି ଫାଇନାଲ ପାଖେଇ ଆସୁଛି, ଲୋକେ ନିଜ ପସନ୍ଦର ପ୍ରତିଯୋଗୀଙ୍କୁ ଜିତିବାର ଦେଖିବାକୁ ଚାହୁଁଛନ୍ତି। ହେଲେ ଖବର ଆସିଛି ଯେ କରଣ ଜୋହରଙ୍କ ଶୋ’ର ବିଜେତା ଦିବ୍ୟା ଅଗ୍ରଓ୍ଵାଲ ବିଗ୍‌ ବସ୍‌ ଓଟିଟିର ବିଜେତା ହେବେ। ବିଗ୍‌ ବସ୍‌ ସହ ଜଡ଼ିତ ଇନ୍‌ସାଇଡ୍‌ ଖବର ଦେଉଥିବା ଟ୍ଵିଟର ହ୍ୟାଣ୍ଡେଲ ‘ଦ ଖବରୀ’ ଅନୁସାରେ, ବିଗ୍‌ ବସ୍‌ ଓଟିଟିର ବିଜେତା ଦିବ୍ୟା ଅଗ୍ରଓ୍ଵାଲ ହିଁ ହେବେ।

ଟ୍ଵିଟ୍‌ରେ କୁହାଯାଇଛି କି, ଦିବ୍ୟା ଭୋଟ୍‌ସ ମାମଲାରେ ବହୁତ ଆଗରେ ଚାଲୁଛନ୍ତି। କହି ରଖୁଛୁ କି, ଦିବ୍ୟାଙ୍କ ଗେମ୍‌ ପ୍ଲାନ୍‌ ଲୋକଙ୍କୁ ଏ ପର୍ଯ୍ୟନ୍ତ ପସନ୍ଦ ଆସିଛି। ଘରେ ଯେଉଁଠି ଗୋଟିଏ ପଟେ ବାକି ପ୍ରତିଯୋଗୀ କନେକ୍ସନ ସହିତ ଅଛନ୍ତି, ସେପଟେ ଦିବ୍ୟା ଏକୁଟିଆ ହିଁ ଖେଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.