ନାନାଙ୍କୁ କ୍ଲିନଚିଟ୍, ବର୍ଷେ ତଳେ ତନୁଶ୍ରୀ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିଲେ। ଏହି ମାମଲାରେ ନାନ ପାଟେକରଙ୍କୁ ବଡ ଆଶ୍ୱାସନା ମିଳିଛି। ଲମ୍ବା ଯାଞ୍ଚ ପରେ ଆଜି ମୁମ୍ବାଇ ପୋଲିସ ଏହି ମାମଲାକୁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି।ତଦନ୍ତରେ ତନୁଶ୍ର ଦତ୍ତଙ୍କ ଅଭିଯୋଗକୁ ଆଧାରହୀନ ଧରାଯାଇଛି। ଏହି କେସରେ ପୋଲିସ ‘ବି ରିପୋର୍ଟ’ ଫାଇଲ କରିଛନ୍ତି। ଏହି ‘ବି ରିପୋର୍ଟ’ ସେତେବେଳେ ଫାଇଲ କରାଯାଇଥାଏ ଯେତେବେଳେ ପୋଲିସକୁ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ବି ପ୍ରମାଣ ମିଳିନଥାଏ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା।
ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥି ଲେ ଯୌନ ନିର୍ଯାତନା ମାମଲା । ୧୦ ବର୍ଷ ତଳେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ଶୁଟିଂ ସେଟ୍ରେ ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ତନୁଶ୍ରୀ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ମି’ ଠୁ (metoo) ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ବିଭିନ୍ନ କ୍ଷେତ୍ରରେ ଯୌନ ନିର୍ୟାତନାର ଶିକାର ହୋଇଥିବା ମହିଳାମାନେ ଏହାକୁ ଆଧାର ସେମାନଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ।
ତନୁଶ୍ରୀ ଏହି ଘଟଣାରେ ନିଜର ଅସନ୍ତୋଷ ଜାହିର କରିଥିବାବେଳେ ତାଙ୍କ ଓକିଲ କହିଛନ୍ତି ସେ ହାର ମାନିବେ ନାହିଁ ଏବଂ ନ୍ୟାୟ ପାଇଁ ଆଗକୁ ଅପିଲ କରିବେ।
Tanushree Dutta alleged harassment case against Nana Patekar: Mumbai Police files a B Summary report in the case. A ‘B summary’ report is filed when police can not find evidence in support of the complaint and are unable to continue the investigation. pic.twitter.com/tVOof7WTX0
— ANI (@ANI) 13 June 2019