ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ଜାରି କଲା NCB

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଙ୍ଗଳବାର ତାଙ୍କ ଘରେ ଚଢ଼ଉ କରିଥିଲା। ଏନ୍‌ସିବି କରିସ୍ମାଙ୍କୁ ଆଜି ସମନ୍‌ ପଠାଇ ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ ସେ ଆସିନଥିଲେ। ଏଣୁ ତାଙ୍କ ଘରେ ଅଚାନକ ଚଢ଼ଉ କରାଯାଇଥିଲା।

ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି। ତାଙ୍କ ଘରୁ ଏକାଧିକ ପ୍ରକାରର ଅଳ୍ପ ପରିମାଣର ଡ୍ରଗ୍ସ ମିଳିଛି। ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖେଡେ କହିଛନ୍ତି କରିସ୍ମାଙ୍କୁ ମଙ୍ଗଳବାର ସମନ ଜାରି କରାଯାଇଥିଲା। ମାତ୍ର ସେ ଯାଇନଥିଲେ। ଏବେ ତାଙ୍କ ଘରୁ ଡ୍ରଗ୍ସ ମିଳିବା ପରେ ତାଙ୍କୁ ବୁଧବାର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

deepika

ସୂଚନାଯୋଗ୍ୟ ଯେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଡ୍ରଗ୍ସ ଲିଙ୍କ୍‌ ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ଏଥିରେ ଅନେକ ଅଭିନେତ୍ରୀଙ୍କ ନାଁ ଉଠିଥିଲା। ଡ୍ରଗ୍ସ ମାମଲାରେ ରକୁଲ ପ୍ରୀତ ସିଂହଙ୍କ ବ୍ୟତୀତ, ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଡ୍ରଗ୍ସ କାରବାର କରିଥିବାରୁ ରିୟା ଚକ୍ରବର୍ତ୍ତୀଙ୍କୁ କିଛି ଦିନ ଜେଲ ଦଣ୍ଡ ମଧ୍ୟ ମିଳିଥିଲା। ମାତ୍ର ଏବେ ତାଙ୍କୁ ବେଲ୍‌ ମିଳିଛି।

Leave A Reply

Your email address will not be published.