ବ୍ରତ ରଖିଛନ୍ତି ଅଭିନେତ୍ରୀ ନର୍ଗିସ୍‌ ଫକରୀ, ୨୧ ଦିନ ଯାଏଁ ଖାଦ୍ୟକୁ ହାତ ବି ଲଗାଇବେନି

ଅଭିନେତ୍ରୀ ନର୍ଗିସ୍‌ ଫକରୀଙ୍କ ଯାଦୁ ଫିଲ୍ମ ଦୁନିଆରେ ଏତେଟା ଚାଲିନଥିଲେ ବି ଫିଟ୍‌ନେସ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସ୍ଲିମ୍‌ ଟ୍ରିମ୍‌ ଫିଗରର ଅନେକ ଦିଓ୍ଵାନା ଅଛନ୍ତି। ତେବେ ଫିଟ୍‌ ରହିବା ପାଇଁ ନର୍ଗିସ୍‌ ଏବେ ବ୍ରତ କରିବାକୁ ଯାଉଛନ୍ତି।

ନର୍ଗିସ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ୨୧ ଦିନ ପାଇଁ ବ୍ରତ ରଖୁଥିବା ନେଇ ସୂଚନା ଦେଇଛନ୍ତି। ଏ ଅବସରରେ ସେ କେବଳ ପାଣି ହିଁ ପିଇବେ। ତେବେ ସେ କାହିଁକି ବ୍ରତ ରଖୁଛନ୍ତି ସେ ବିଷୟରେ କିଛି ସୂଚନା ଦେଇନଥିଲେ ମଧ୍ୟ କୁହାଯାଉଛି ଯେ ଫିଟ୍‌ନେସ୍‌ ପାଇଁ ନର୍ଗିସ୍‌ ଏମିତି କରୁଛନ୍ତି।

nargis
Image Credit: Instagram

ଇନ୍‌ଷ୍ଟାଗ୍ରାମ୍‌ରେ ନର୍ଗିସ୍‌ ଗୋଟିଏ ପରେ ଗୋଟେ ଭିଡିଓ ସେୟାର କରି ଏହି ବ୍ରତ କରିବାର ଫାଇଦା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉପବାସ କରିବା ଦ୍ୱାରା ଶରୀରର ସେଲ୍ୟୁଲାର ପୁଣିଥରେ ତିଆରି ହୋଇଥାଏ। ନର୍ଗିସ୍‌ ବ୍ରତ ଆରମ୍ଭ କରିବା ପୂର୍ବରୁ ଶେଷ ଡିନରର ଫଟୋ ମଧ୍ୟ ଦେଖାଇଛନ୍ତି। ସନ୍ଧ୍ୟାରେ ସାଢ଼େ ୬ଟାରେ ସେ ଆଳୁ ଓ କିଛି ସବୁଜ ପନିପରିବା ଖାଇଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ମୋ ଆଜିର ଡିନର। ଏହା ପରେ ଆଉ କିଛି ଖାଇବାକୁ ମିଳିବ ନାହିଁ। ତେବେ ନର୍ଗିସ୍‌ଙ୍କ ଫିଟ୍‌ନେସ୍‌ର ରାଜ୍‌ ଡାଏଟିଂ ଜାଣିବା ପରେ ଫ୍ୟାନ୍‌ମାନେ ଏହାକୁ ଫଲୋ କରିବାକୁ ଚିନ୍ତା କରୁଥିବା କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.