ନିମୋନିଆରେ ଆକ୍ରାନ୍ତ ହୋଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ, ଅବସ୍ଥା ଗୁରୁତର

ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗତ କାଲି ତାଙ୍କୁ ଖାରସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଆଡ଼ମିଟ କରାଯାଇଛି। ସେ ନିମୋନିଆରେ ଆକ୍ରାନ୍ତ ଥିବା ଜଣାଯାଇଛି। ନିକଟରେ ତାଙ୍କ ଫୁସଫୁସରେ ପ୍ୟାଚ୍ ଥିବା ଚିହ୍ନଟ ହୋଇଥିଲା। ଏହା ପରେ ହିଁ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ କରିବାକୁ କୁହାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୂର୍ବାପେକ୍ଷା ଭଲ ଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।

ମ୍ୟାନେଜର କହିଛନ୍ତି ଯେ ନାସିରୁଦ୍ଦିନ ଶାହ ଏବେ ହସ୍ପିଟାଲରେ ଅଛନ୍ତି। ସେ ମେଡିକାଲ ସୁପର ଭିଜନରେ ଅଛନ୍ତି। ନିମୋନିଆ ଯୋଗୁ ସେ ଏଠାକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଦିନେ ଦୁଇ ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ମ୍ୟାନେଜର କହିଛନ୍ତି।

ଗତବର୍ଷ ଅଭିନେତା ଇରଫାନ ଖାନ ଓ ଋଷି କପୁରଙ୍କ ନିଧନ ବେଳେ ନାସିରୁଦ୍ଦିନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପରେ ତାଙ୍କ ପୁଅ ବିବାନ ଶାହ ପିତାଙ୍କୁ ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଓ କହିଥିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.