ମନୋରଂଜନ

ଲୋକପ୍ରିୟ କନ୍ନଡ ଷ୍ଟାର ସଞ୍ଚାରୀ ବିଜୟଙ୍କ ଦୁର୍ଘଟଣାରେ ପରଲୋକ, ପରିବାର ପକ୍ଷରୁ ଅଭିନେତାଙ୍କ ହେବ ଅଙ୍ଗଦାନ

ଜାତୀୟ ପୁରସ୍କାର ବିଜେତା କନ୍ନଡ ଫିଲ୍ମ ଅଭିନେତା ସଞ୍ଚାରୀ ବିଜୟଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି। ଜୁନ ୧୨ ତାରିଖରେ ତାଙ୍କର ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଥିଲା। ଏହାପରେ ସେ ତାଙ୍କୁ ବେଙ୍ଗାଲୁରୁର ଅପୋଲୋ ହସ୍‌ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ସଞ୍ଚାରଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ମାତ୍ର ୩୮ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସଞ୍ଚାର ବୋଲି ଡାକ୍ତର ଘୋଷଣା କରିଛନ୍ତି। କିନ୍ତୁ ସଞ୍ଚାରୀଙ୍କ ନିଧନ ପରେ ପରିବାର ଲୋକେ ସଞ୍ଚାରଙ୍କର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ହସ୍‌ପିଟାଲ୍‌ ପକ୍ଷରୁ ଜାରି କରାଯାଇଥିବା ଖବର ଅନୁସାରେ, ସଞ୍ଚାରଙ୍କୁ ବର୍ତ୍ତମାନ ନ୍ୟୁରୋ ଆଇସିୟୁ ସପୋର୍ଟରେ ରଖାଯାଇଛି। ତାଙ୍କର ସ୍ନାୟୁକୋଷଗୁଡ଼ିକ କାମ କରୁନଥିବା ବେଳେ ବ୍ରେନ୍ ଫେଲ୍ ହୋଇଥିବାର ଲକ୍ଷଣ ଦେଖାଯାଇଛି। ବ୍ରେନ୍ ଡେଡ୍‌ ହୋଇଥିବା ଦେଖି ସଞ୍ଚାରଙ୍କ ପରିବାର ଲୋକେ ତାଙ୍କ ଅଙ୍ଗ ଦାନ କରିବାକୁ ଇଚ୍ଛା ପୋଷଣ କରିଛନ୍ତି। ତେଣୁ ପୂରା ଗାଇଡ୍‌ଲାଇନ୍ ଅନୁସାରେ ସେଥିପାଇଁ କାର୍ଯ୍ୟ ଚାଲୁ ରହିଛି ବୋଲି ହସ୍‌ପିଟାଲ୍‌ରେ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ସଞ୍ଚାରଙ୍କ ବିୟୋଗ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କାନାଡ଼ା ସୁପର ଷ୍ଟାର କିଚ୍ଚା ସୁଦୀପ। ସୂଚନା ଥାଉକି, ୨୦୧୧ରେ ‘ରଙ୍ଗାପ୍ପା ହୋଗବିଟିନା’ ଫିଲ୍ମରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ସଞ୍ଚାର ବିଜୟ। ଏଥିସହିତ ସେ ଦସାଭାଲା, ହାରିଭୁ, ଅଗ୍ଗାରାଣେ, କିଲିଂ ଭୀରାପ୍ପାନ, ବର୍ତ୍ତମାନ ଏବଂ ସିପାୟୀ ଭଳି ଫିଲ୍ମରେ ସେ ନିଜର ଅଭିନୟ ଯାଦୁ ଦେଖାଇଥିଲା। ନାନୁ ଅଭାଲାଲ୍ଲା ଅଭାଲୁ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟକୁ ଅନେକ ପ୍ରଶଂସା ମିଳିଥିଲା। ଏଥିପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ସମ୍ମାନିତ କରାଯାଇଥିଲା।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

14 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago