ଫିଲ୍ମ ନୁହେଁ ଖେଳରେ ମଧ୍ୟ ସିକନ୍ଦର ରଣଦୀପ ହୁଡ୍ଡା, ଆଘାତ ପରେ ବି ଜିତିଲେ ସିଲଭର ମେଡାଲ

ବଲିଉଡର ଅଭିନେତା ରଣଦୀପ ହୁଡ୍ଡା କେବଳ ଫିଲ୍ମରେ ନୁହେଁ ଖେଳରେ ମଧ୍ୟ ସିକନ୍ଦର ଅଟନ୍ତି। ରଣଦୀପ ପୁଣି ଥରେ ଏହା ପ୍ରମାଣ କରି ଦେଖାଇଛନ୍ତି। ଏହି ଅଭିନେତା ନିକଟରେ ପାଦରେ ଆଘାତ ଲାଗିଥିଲେ ମଧ୍ୟ ରାଷ୍ଟ୍ରିୟ ଅଶ୍ବାରୋହୀ ଚ୍ୟାମ୍ପିୟନସିପରେ ଭାଗ ନେଇ ବିଜେତା ମଧ୍ୟ ହୋଇଥିଲେ।
ଅଭିନୟ ଛଡା ରଣଦୀପ ହୁଡ୍ଡାଙ୍କୁ ଘୋଡାପ୍ରେମୀ ପାଇଁ ମଧ୍ୟ ଜଣାଯାଇଥାଏ। ଏବେ ସେ ଏନଇସିର ବିଜେତା ହୋଇସାରିଲେଣି। ନିକଟରେ ମୁମ୍ବାଇରେ ଏହି ଅଶ୍ବାରୋହୀ ପ୍ରତିଯୋଗିତା ଚ୍ୟାମ୍ପିୟନସିପ୍ ଆୟୋଜିତ ହୋଇଥିଲା। ରଣଦୀପ୍ ରୌପ୍ୟ ପଦକ ଜିତିଛନ୍ତି। କ୍ୟୁଏମଜି ଜେନେରାଲଙ୍କ ଦ୍ବାରା ତାଙ୍କୁ ଏହି ପଦକ ଦିଆଯିବାରୁ ସେ ବହୁତ ଗର୍ବିତ ବୋଲି କହିଛନ୍ତି।
ରଣଦୀପ ପ୍ରତିଯୋଗିତାର ଶେଷ ଯାଏ ରହିଥିଲେ। ଯେଉଁଥିରେ ତାଙ୍କୁ ଆଘାତ ମଧ୍ୟ ଲାଗିଥିଲା। କିନ୍ତୁ ସେ ଏହି ଆଘାତକୁ ଅବଲୋକିତ କଲେ ନାହିଁ। ଆଘାତ ପରେ ମଧ୍ୟ ହୁଡ୍ଡା ଦ୍ବିତୀୟ ପର୍ୟ୍ୟାୟରେ ଭାଗ ନେଲେ ଏବଂ ରୈପ୍ୟ ପଦକ ଜିତିବାରେ ସଫଳ ହେଲେ।
ରାଷ୍ଟ୍ରୀୟ ଇକ୍ୟୁଷ୍ଟ୍ରେୟନ ଚ୍ୟାମ୍ପିୟନସିପ ୨୫ ଫେବ୍ରୁୟାରୀ ରୁ ୩ ମାର୍ଚ୍ଚ ପର୍ୟ୍ୟନ୍ତ ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ହେଉଥିଲା। ଜଣାଇବାକୁ ଚାହିଁବୁ ଗତବର୍ଷ ସରବଜିତ ଏବଂ ବାଗି-୨ ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଥିଲେ। ରଣଦୀପ ଏହା ମଧ୍ୟ କହିଥିଲେ ଯେ ନିଜ ଲକ୍ଷ୍ୟ ଆଗରେ ମୋର ଏହି ଆଘାତ କୌଣସି ମୂଲ୍ୟ ରଖେ ନାହିଁ। କାରଣ ମୁଁ ସବୁବେଳେ ଜିତିବାକୁ ଚାହେଁ ଏବଂ ମୁଁ ପୁଣିଥରେ ଜିତି ଯାଇଛି।
So got a silver medal at the #nationals #nec on #dreamgirl thanks to my team mates from the #indianarmy from #rvc #asc proud moment to be given the medal by the #QMG #GenAmbre with gratitude to my grooms who look after my #horses #sports #equestrian #efi #khleoindia @Ra_THORe pic.twitter.com/tDbdYOUdJg
— Randeep Hooda (@RandeepHooda) February 27, 2019