ମନୋରଂଜନ

ନଓ୍ଵାଜଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ, ଆସିଲା ଫିଲ୍ମ ‘ହଡ୍ଡି’ର ଫାଷ୍ଟ ଲୁକ୍‌

ନଓ୍ଵାଜଉଦ୍ଦିନ ସିଦ୍ଧିକି ଫିଲ୍ମ ଇଣ୍ଡଷ୍ଟ୍ରୀର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ପାଖରେ ବେଶ୍‌ ପରିଚିତ ହୋଇଛନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ସମସ୍ତଙ୍କୁ ଚକିତ କରିଛନ୍ତି। ହେଲେ ଏବେ ଅପକମିଂ ଫିଲ୍ମ ‘ହଡ୍ଡି’ରେ ଏମିତି ଲୁକ୍‌ରେ ନଜର ଆସିଛନ୍ତି, ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଏହି ଫିଲ୍ମର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି।

ନଓ୍ଵାଜଙ୍କ ‘ହଡ୍ଡି ’ଲୁକ୍‌ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏଥିରେ ଆପଣ ନଓ୍ଵାଜଙ୍କୁ ନୂଆ ଲୁକ୍‌ରେ ଦେଖିବେ। ଆପଣ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଛି। ଏହି ଫିଲ୍ମରେ ନଓ୍ଵାଜଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ ଦେଖିବାକୁ ମିଳିଛି। ଏହାର ମୋସନ ପୋଷ୍ଟରରେ ଗ୍ଲାମରର୍ସ ହେୟାର ଏବଂ ମେକଅପ ସହିତ ଗ୍ରେ କଲର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି। ଆଉ ତାଙ୍କ ହାତ ରକ୍ତରେ ଜୁଡୁବୁଡୁ ହୋଇଛି। ପାଖରେ ରକ୍ତ ଜୁଡୁବୁଡୁ ଅସ୍ତ୍ର ରଖାଯାଇଛି। ଏହା ଏକ ରିଭେଞ୍ଜ ଡ୍ରାମା ଫିଲ୍ମ।

ନଓ୍ଵାଜଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେଉଛି। ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କ ହୋସ୍‌ ଉଡିଯାଇଛି। ଫ୍ୟାନ୍ସ ଏହାକୁ ଏପିକ ଲୁକ୍‌ ବୋଲି କହିଚନ୍ତି। ନଓ୍ଵାଜ ବିଲକୁଲ ଅର୍ଚ୍ଚନା ପୂରନ ସିଂ ଭଳି ନଜର ଆସୁଛନ୍ତି। ଫ୍ୟାନ୍ସ ପ୍ରଥମେ ଫଟୋ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି। ନଓ୍ଵାଜଙ୍କ ଟ୍ରାନ୍ସଫରମେସନ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

ନଓ୍ଵାଜଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ଫିଲ୍ମ ବିଷୟରେ ଜାଣିବାକୁ ଉତ୍ସାହିତ ରହିଛନ୍ତି। ଏହାର ସୁଟିଂ ଚାଲିଛି। ଏହାକୁ ଚଳିତବର୍ଷ ଶେଷକୁ ରିଲିଜ ହେବ। ଜି ଷ୍ଟୁଡିଓ ଏବଂ ଅନନ୍ଦିତା ଷ୍ଟୁଡିଓ ମିଶି ଏହାକୁ ପ୍ରଯୋଜନା କରୁଛନ୍ତି। ଅକ୍ଷୟ ଅଜୟ ଶର୍ମା ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି।

video credit: Zee Studios

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

10 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

16 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago