ହଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି, ଆମେରିକାନ୍‌ ଫିଲ୍ମରେ ହେବେ ହିରୋ

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ଜଲଓ୍ଵା ଦେଖାଇବେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି। ମଙ୍ଗଳବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ୍‌ କାର୍ପେଟରେ ଓ୍ଵାକ୍‌ କରିଥିବା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ‘ଲକ୍ଷ୍ମଣ ଲୋପେଜ୍‌’ ନାମକ ଏକ ଆମେରିକାନ୍‌ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ନଓ୍ଵାଜୁଦ୍ଦିନ୍‌ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। କ୍ରିସ୍‌ମାସ୍‌ ଉପରେ ଆଧାରିତ ଏହି ଫିଲ୍ମରେ ରୋବର୍ଟ ଜିରାଲ୍ଟ ନିର୍ଦ୍ଦେଶନା ଦେଉଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆମେରିକାରରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ଏ ନେଇ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି କହିଛନ୍ତି- ହଲିଉଡ୍‌ରେ ଆରମ୍ଭ ପାଇଁ କ୍ରିସ୍‌ମାସ୍‌ ଫିଲ୍ମରେ କାମ କରିବା ଏକ ଭିନ୍ନ ସୁଯୋଗ। ଏହି ଅଫର ମିଳିବା ପରେ ତୁରନ୍ତ ହଁ ଭରି ଥିଲି। ନିର୍ଦ୍ଦେଶକ ରୋବର୍ଟ ଜିରାଲ୍ଟ କ୍ୟାମେରାରେ ନିଜ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି। ତାଙ୍କ ସହ କାମ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ। ଏହି ଫିଲ୍ମର ନାଁ ‘ଲକ୍ଷ୍ମଣ ଲୋପେଜ୍‌’ ମୋତେ ସବୁଠୁ ଅଧିକ ପସନ୍ଦ ଆସିଛି ବୋଲି କହିଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି।

ତେବେ ଏହି ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ ରୋବର୍ଟ କହିଛନ୍ତି- ସ୍କ୍ରିପ୍ଟ ପଢ଼ିବା ପରେ ମୋ ମନକୁ ତୁରନ୍ତ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ କଥା ଆସିଥିଲା। ଲକ୍ଷ୍ମଣ ଲୋପେଜ ପାଇଁ ସେ ହିଁ ସଠିକ୍‌ ହିରୋ। ଏଣୁ ତାଙ୍କୁ ନେବାକୁ ମନସ୍ଥ କରିଥିଲି। ମୋ ଫିଲ୍ମକୁ ସେ ହିଁ ଉଚିତ୍‌ ନ୍ୟାୟ ଦେବେ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ରେଡ୍‌ କାର୍ପେଟ୍‌ରେ ଦେଖିବାକୁ ମିଳିଥିଲା। ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଟିମ୍‌ର ଅଂଶ ଥିଲେ।

Also Read: ଏମିତି ଦୁର୍ଘଟଣା କେବେ ଦେଖି ନଥିବେ: ମୁହାଁମୁହିଁ ବସ୍‌ ଧକ୍କା ହେବା ପରେ ଉଡ଼ିକି ପଡ଼ିଲେ ଡ୍ରାଇଭର; ସାମ୍ନାକୁ ଆସିଲା ଭିତରର ଫୁଟେଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.