ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କଲେ ପୂର୍ବତନ ପତ୍ନୀ, ଇନଷ୍ଟାଗ୍ରାମରେ ଭିଡ଼ିଓ କଲେ ସେୟାର

ସେୟାର କରିଥିବା ଭିଡିଓରେ ଆଲିଆ କହିଛନ୍ତି ଯେ, ନୱାଜୁଦ୍ଦିନ ତାଙ୍କ ଠାରୁ ତାଙ୍କ ପିଲାଙ୍କୁ ଛଡାଇନେବାକୁ ଚାହୁଁଛନ୍ତି ।

ନୂଆଦିଲ୍ଲୀ : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କରିଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି ପତ୍ନୀ ଆଲିଆ ସିଦ୍ଦିକ୍‌ ।

କହିଛନ୍ତି ନଓ୍ଵାଜୁଦ୍ଦିନ ତାଙ୍କ ପିଲାଙ୍କୁ କଷ୍ଟଡିକୁ ନେବାକୁ ଚାହୁଁଛନ୍ତି। ଯେଉଁ ବ୍ୟକ୍ତି ଆଜିଯାଏ ପିଲାଙ୍କର କୌଣସି ଦାୟିତ୍ୱ ନେଇନାହାନ୍ତି ସେ କୋର୍ଟରେ ରକ୍ଷଣାବେକ୍ଷଣା ପାଇଁ ଦାବି କରିଛନ୍ତି। ତାଙ୍କ ଠାରୁ ପିଲାଙ୍କୁ ଛଡାଇନେବାକୁ ଚାହୁଁଛନ୍ତି ନଓ୍ଵାଜ। ସେ ଜଣେ ଭଲ ବାପା ବୋଲି ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି। ଜଣେ ମା’ ପାଖରୁ ପିଲାଙ୍କୁ ଛଡାଇନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଆଲିଆ। ଏହାସହ ଆଲିଆ କହିଛନ୍ତି ଟଙ୍କା ଦ୍ୱାର ନଓ୍ଵାଜ ସମସ୍ତଙ୍କୁ କିଣିପାରିବେ କିନ୍ତୁ ତାଙ୍କ ପିଲାଙ୍କୁ ନୁହେଁ । ନଓ୍ଵାଜ ତାଙ୍କୁ କେବେ ପତ୍ନୀର ଅଧିକାର ଦେଇନାହାନ୍ତି। କିନ୍ତୁ ସେ ସବୁବେଳେ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ତେବେ ଆଇନ ଓ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି। ଫଳାଫଳ ତାଙ୍କ ସପକ୍ଷରେ ଆସିବ ବୋଲି କହିଛନ୍ତି।