ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ମା’ ବୋହୂ ବିରୋଧରେ କଲେ ଥାନାରେ ଅଭିଯୋଗ; ପଚରାଉଚରା କରୁଛି ପୋଲିସ

ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ମା’ ମେହରୁନିସା ସିଦ୍ଦିକି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ନଓ୍ଵାଜୁଦ୍ଦିନଙ୍କ ମା’ ବୋହୂ ଜ୍ୟାନବ ଓରଫ୍‌ ଆଲିଆଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି, ଯାହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି। ଏହି ମାମଲାରେ ପୋଲିସ ଜ୍ୟାନବଙ୍କୁ ଡକାଇ ପଚରାଉଚରା କରୁଛି।

ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ମା’ ମୁମ୍ବାଇର ଭର୍ସୋଭା ଥାନାରେ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି। ଏ ନେଇ ଅଭିନେତାଙ୍କ ପତ୍ନୀ ଜ୍ୟାନବଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଇପିସି ଧାରା ୪୫୨, ୩୨୩, ୫୦୪ ଏବଂ ୫୦୬ ଅଧୀନରେ ମାମଲା ରୁଜୁ କରାଯାଇଛି।

ନଓ୍ଵାଜୁଦ୍ଦିନଙ୍କ ପତ୍ନୀଙ୍କ ଉପରେ ଅଭିଯୋଗ ରହିଛି କି, ସେ ଯେଉଁ ବଙ୍ଗଳାକୁ ଯାଇଥିଲେ, ସେଠାରେ ସେ ଅଭିନେତାଙ୍କ ମା’ଙ୍କ ସହିତ ଖୁବ୍‌ ଝଗଡ଼ା କରିଥିଲେ। କୁହାଯାଉଛି ଯେ ନଓ୍ଵାଜୁଦ୍ଦିନ୍‌, ତାଙ୍କ ମା’ ଏବଂ ପତ୍ନୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ରହିଛି। କହି ରଖୁଛୁ, ନଓ୍ଵାଜୁଦ୍ଦିନ ଓ ଜ୍ୟାନବଙ୍କର ବିବାହ ୨୦୧୦ରେ ହୋଇଥିଲା। ଦୁହିଁଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣିଛନ୍ତି ଯେ ଜ୍ୟାନବ ହେଉଛନ୍ତି ନଓ୍ଵାଜୁଦ୍ଦିନଙ୍କର ଦ୍ୱିତୀୟ ପତ୍ନୀ।

fir
photo: aajtak

ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ବ୍ୟକ୍ତିଗତ ସମସ୍ୟା ଭିତରେ ଯଦି ଆମେ ଅଭିନେତାଙ୍କ ପ୍ରଫେସନାଲ ଲାଇଫ୍‌ କଥା ଦେଖିବା, ତ ସେ ବଲିଉଡ୍‌ର ସବୁଠୁ ଟପ୍‌ ଅଭିନେତାଙ୍କ ମଧ୍ୟରେ ଗଣାଯାଇ ଥାଆନ୍ତି। ସେ ଯେଉଁ ଫିଲ୍ମରେ ବି କାମ କରନ୍ତି, ନିଜର ଅଭିନୟ ଯାଦୁରେ ଲୋକଙ୍କ ହୃଦୟ ଜିତି ଯାଆନ୍ତି। ନଓ୍ଵାଜୁଦ୍ଦିନ ବହୁତ ଜଲ୍‌ଦି ଫିଲ୍ମ ‘ହଡ୍ଡୀ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ସେ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖାଯିବେ।

ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସି ସାରିଛି। ଟ୍ରାନ୍ସଜେଣ୍ଡର ଲୁକ୍‌ରେ ଅଭିନେତାଙ୍କୁ ଚିହ୍ନିବା ମୁସ୍କିଲ ହେଉଛି। ଟିକିଲି, ଚୁଡ଼ି ଓ ଝୁମ୍‌କାରେ ସେ ଜବରଦସ୍ତ ଦେଖାଯାଉଛନ୍ତି। ଫିଲ୍ମକୁ ଅକ୍ଷତ ଅଜୟ ଶର୍ମା ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମ ଜୁଲାଇରେ ରିଲିଜ୍‌ ହେବ।