ଶେଷରେ ସତ ମାନିଲେ ନୟନତାରା, କହିଲେ ଲୁଚାଛପା କରିଥିଲେ ନିର୍ବନ୍ଧ

ତାମିଲ ଅଭିନେତ୍ରୀ ନୟନତାରାକୁ ଆପଣମାନେ ସମସ୍ତେ ନିଶ୍ଚିତ ଜାଣିଥିବେ। ନୟନତାରା ଫିଲ୍ମ ନିର୍ମାତା ବିଗ୍ନେଶ ଶିବମଙ୍କ ସହିତ ନିର୍ବନ୍ଧ କରିସାରିଛନ୍ତି। ବିଜୟ ଟିଭିରେ ପ୍ରସାରିତ ହୋଇଥିବା ଦିବ୍ଯାଦର୍ଶିନୀଙ୍କ ସହିତ ସାକ୍ଷାତକାରରେ ଏହି କଥା କହିଛନ୍ତି। ନୟନତାରା ହାତରେ ପିନ୍ଧିଥିବା ମୁଦି ନିବର୍ନ୍ଧ ମୁଦି ବୋଲି ସେ କହିଛନ୍ତି। ଯାହାକୁ ନେଇ ଅନେକ ଦିନରୁ ଫ୍ଯାନଙ୍କ ମଧ୍ୟରେ ଚର୍ଚ୍ଚ ଚାଲିଥିଲା।

ଟ୍ବିଟରରେ ଏକ ସାକ୍ଷାତକାରର ଏକ କ୍ଲିପ୍ ଟ୍ବିଟ୍ କରିଛନ୍ତି, ଯେଉଁଥିରେ ନୟନତାରା ନିଜ ନିର୍ବନ୍ଧ ବିଷୟରେ କହୁଥିବା ନଜର ଆସିଛନ୍ତି। ସେ ବିଗ୍ନେଶ ସହିତ ୨୫ ମାର୍ଚ୍ଚରେ ଏହି ମୁଦି ପିନ୍ଧି ଏକ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ନେଇ ଫ୍ଯାନ ଏହାକୁ ନିର୍ବନ୍ଧ ମୁଦି ବୋଲି କହିଥିଲେ।

 

View this post on Instagram

 

A post shared by nayanthara🔵 (@nayantharaaa)

କିନ୍ତୁ ଦୁହେଁ କେବେ ବିବାହ କରିବେ, ତାହା ଏପର୍ଯ୍ଯନ୍ତ ସୁନିଶ୍ଚିତ କରିନାହାନ୍ତି। ତାଙ୍କ ନିର୍ବନ୍ଧରେ ପରିବାର କିଛି ସଦସ୍ଯ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.