ଧନୁଷଙ୍କ ଉପରେ ରାଗିଲେ ନୟନତାରା, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ଲେଡି ସୁପରଷ୍ଟାର ନୟନତାରାଙ୍କ ଜୀବନ ଓ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ନୟନତାରା ବିୟଣ୍ଡ ଦା ଫେରିଟେଲ ମୁକ୍ତିଲାଭ କରିଛି । ଏମିତି ଲାଗୁଛି ଏବେ ସେ ବିପଦରେ ପଡି ଯାଇଛନ୍ତି । ସୁପରଷ୍ଟାର ଧନୁଶ ଅଭିନେତ୍ରୀ ଙ୍କର ଫିଲ୍ମ ନାନୁମ ରାୱଡି ଧାନ ୩ ସେକେଣ୍ଡର ଭିଡିଓ କ୍ଲିପ ବ୍ୟବହାର କରିଥିବାରୁ ନିର୍ମାତାଙ୍କ ବିରୋଧରେ ୧୦ କୋଟିର କପିରାଇଟ କେସ ଦେଇଛନ୍ତି । ଏହାକୁ ରିୟନ ଷ୍ଟାର ଦ୍ବାରା ପ୍ରସ୍ତୁତ କରାଯାଇଛି । ତେବେ ଏହା ଉପରେ ନୟନତାରା ଏକ ଲେଖା ମାଧ୍ୟମରେ ଧନୁଷଙ୍କ ଉପରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଜି ସେ ନିଜ ଇନଷ୍ଟାଗ୍ରାମରେ ଏକ ଲମ୍ବା ଲେଖା ଲେଖି ପୋଷ୍ଟ କରିଛନ୍ତି । ସେ ନିଜ ଲେଖାରେ ସ୍ପଷ୍ଟ ଭାବରେ ଲେଖିଥିଲେ କି ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ନୟନତାରା ଦା ଫେୟାର ଟେଲ ମୁକ୍ତିଲାଭ କରିଛି । ବିୟଣ୍ଡ ଫେରିଟେଲର ତିଆରି ସମୟରେ ନୟନତାରା ଧନୁଷଙ୍କୁ ତାଙ୍କର ୨୦୧୫ରେ ହୋଇଥିବା ଫିଲ୍ମ ନାନୁମ ରାୱଡି ଧାନର ଦୃଶ୍ୟକୁ ବ୍ୟବହାର କରିବା ପାଇଁ ଅନୁମତି ମାଗିଥିଲେ । ଆଉ ଧନୁଷ ତାଙ୍କୁ ଅନୁମତି ଦେବା ପରିବର୍ତ୍ତେ ମନା କରି ଦେଇଥିଲେ । ଏହି କାରଣରୁ ଫିଲ୍ମ ସେଟରେ ଦୁଇଟି ଦୃଶ୍ୟ ବ୍ୟବହାର କରିଥିବାରୁ ସେମାନଙ୍କୁ ଆଇନଗତ ନୋଟିସ ପଠାଇଥିଲେ ।
ନୟନତାରା ନିଜ ଲେଖାରେ ଲେଖିଥିଲେ ଏନଓସି ପାଇଁ ଆପଣଙ୍କ ସହ ସଂଘର୍ଷ କରିବାଏବଂ ଆମର ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ ପାଇଁ ଆପଣଙ୍କ ମଞ୍ଜୁରୀ ପାଇଁ ଅପେକ୍ଷା କରି ଦୁଇ ବର୍ଷ ହୋଇଗଲାଣି । ଏହାକୁ ପୁଣିଥରେ କରିବା ପାଇଁ ଟେଷ୍ଟା ଜାରି କରିଛୁ । ସେ ଆହୁରି କହିଛନ୍ତି ସେମାନଙ୍କ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀରେ ରହି ଥିବା କିଛି ଦୃଶ୍ୟ ଲୋକଙ୍କ ଫୋନରୁ ସୁଟ ହୋଇଛି । ସେ ଏହି କଥାକୁ ବିରୋଧ କରି ଧନୁଷଙ୍କୁ ସମାଲୋଚନା କରିଥିଲେ ।
ଏହା ସହ ସେ ଆହୁରି କହିଥିଲେ ଏହା ଆପଣଙ୍କର ସବୁଠାରୁ ନିମ୍ନତର ଅଭିନୟ ଅଟେ । ଯାହାକି ଆପଣଙ୍କ ଚରିତ୍ର ବିଷୟରେ ବହିତ କିଛି କହିଥାଏ । ଆପଣ ନିଜର ନୀରିହ ମୁହଁରେ ଲୋକଙ୍କ ଆଗରେ ମଞ୍ଚ ଉପରେ ଯାହା କହୁଛନ୍ତି ସେହିଭଳି ମଣିଷ ହୋଇଥିଲେ ଭଲ ହୁଅନ୍ତା । ଯାହାକି ଆପଣ ନୀରିହ ଲୋକଙ୍କ ଆଗରେ ପ୍ରଚାର କରୁଛନ୍ତି ତାହା କରନ୍ତୁନାହିଁ । ଯାହା ଉପଦେଶ ଦେଉଛନ୍ତି ତାହା ଆପଣ କରୁନାହାନ୍ତି ଦୟାକରି ମୋର କିମ୍ବା ମୋ ସାଙ୍ଗମାନଙ୍କ ବିଷୟରେ କିଛି ହେଲେ କୁହନ୍ତୁ ନାହିଁ ।
ନୟନତାରା ପ୍ରଥମେ ଧନୁଷଙ୍କ ପ୍ରତିଶାଧ ଉପରେ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ସେ ପଠାଇଥିବା ଆଇନଗତ ନୋଟିସର ଉଚିତ ସମୟ ଅନୁସାରେ ଠିକ ଉତ୍ତର ଦେବେ । ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଇଁ ନାନମ ରାୱଡି ଧାନର ଉପାଦାନକୁ ବ୍ୟବହାର କରିବା ପାଇଁ ଏନଓସି ଦେବାପାଇଁ ମନା କରିବା ହେତୁ କପିରାଇଟର ଆଧାରରେ ଅଦାଲତରେ ଆପଣଙ୍କ ଦ୍ବାରା ପ୍ରମାଣିତ କରାଯାଇ ପାରିବ । କିନ୍ତୁ ମୁଁ ଆପଣଙ୍କୁ ମନେ ପକାଇ ଦେଉଛି ଏହାର ଏକ ନୈତିକ ପକ୍ଷ ରହିଛି । ଯାହାର ବିଚାର ଭଗବାନଙ୍କ ଦରବାରରେ ହେବ । ନୟନତାରାଙ୍କ ଏହି ପୋଷ୍ଟରେ ଧନୁଷ କୈଣସି ଉତ୍ତର ଦେଇନଥିଲେ ।