ବିବାହର ୪ ମାସ ପରେ ସରୋଗେସୀ ଦ୍ୱାରା ହେଲା ନୟନତାରାଙ୍କ ସନ୍ତାନ, ଏବେ ସରକାର କରିବେ ଯାଞ୍ଚ
ନୟନତାରାଙ୍କ ଯାଆଁଳା ସନ୍ତାନକୁ ନେଇ ଏବେ ସରକାରଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ନୟନତାରା ଓ ତାଙ୍କର ସ୍ୱାମୀ ବିଗ୍ନେଶ ଶିବନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି ଯେ ସରୋଗେସୀ ଗର୍ଭଧାରଣର ଠିକ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ ସେ ଏହି ମାମଲାର ଯାଞ୍ଚ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ଏହି ମାମଲା ।
ସାଉଥ ସୁପରଷ୍ଟାର ନୟନତାରା ଓ ତାଙ୍କ ପତି ବିଗ୍ନେଶ ଶିବନଙ୍କ ଯାଆଁଳା ସନ୍ତାନକୁ ନେଇ ସୋସିଆଲ ମିଡିଆରେ ବହୁତ ଫଟୋ ସେୟାର କରିଛନ୍ତି ଏହି ସେଲିବ୍ରେଟି ଦୁହେଁ । ପ୍ରଶଂସକ ଏହି ଖବରକୁ ନେଇ ବେଶ ଖୁସ ଥିବା ବେଳେ ସରୋଗେସୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହି ମାମଲାରେ ସରକାର ମଧ୍ୟ ମୁଣ୍ଡ ପୁରାଇଲେଣି ।
ଏବେ ଦେଖିବା କଥା ଯେ ଭାରତରେ କୌଣସି ବି ଦମ୍ପତି ବିବାହର ୫ ବର୍ଷ ପରେ ସରୋଗେସୀ ମାଧ୍ୟମ ଆପଣେଇବାର ନିୟମ ଅଛି କି ନାହିଁ । ନୟନତାରା ଓ ତାଙ୍କ ପତି ସରୋଗେସୀ ନିୟମ ପାଳନ କରିଛନ୍ତି କି ନାହିଁ ତାର ଯାଞ୍ଚ କରିବେ ବୋଲି ତାମିଲନାଡୁ ସରକାର ଏବେ କହିଛନ୍ତି । ଏନେଇ କାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପଚରା ଉଚରା କରିବେ ।
Nayan & Me have become Amma & Appa❤️
We are blessed with
twin baby Boys❤️❤️
All Our prayers,our ancestors’ blessings combined wit all the good manifestations made, have come 2gethr in the form Of 2 blessed babies for us❤️😇
Need all ur blessings for our
Uyir😇❤️& Ulagam😇❤️ pic.twitter.com/G3NWvVTwo9— Vignesh Shivan (@VigneshShivN) October 9, 2022
କୁହାଯାଇଛି ଯେ ସରୋଗେସୀ ଆକ୍ଟ ୨୦୨୧ ଅନୁଯାୟୀ ଆଇନ ଅନୁଯାୟୀ ବିବାହିତ ଦମ୍ପତି ସରୋଗେସୀର ସହାୟତା ନେଇପାରିବେ । ତେବେ ନୟନତାରାଙ୍କ କ୍ଷେତ୍ରରେ ଏନେଇ ପ୍ରଶ୍ନ ଉଠିଛି । କାରଣ ନୟନତାରା ଓ ବିଗ୍ନେଶ ୪ ମାସ ପୂର୍ବେ ୯ ଜୁନ ୨୦୨୨ରେ ବିବାହ କରିଥିଲେ । ଏହି ବିବାହରେ ଶାହାରୁଖ ଖାନ୍,ବିଜୟ ସେତୁପତି, ଏ ଆର୍ ରହମାନଙ୍କ ସହ ବହୁ ବଡ଼ ବଡ ସେଲିବ୍ରେଟି ଯୋଗ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।
ରବିବାର ବିଗ୍ନେଶ ଇନଷ୍ଟାଗ୍ରାମରେ ତାଙ୍କର ଯାଆଁଳା ସନ୍ତାନ ହୋଇଥିବା ନେଇ ଘୋଷଣା କରିଥିଲେ । ତେବେ ଏବେ ଦେଖିବାର ଅଛି ଯେ ଉଭୟେ ତାଙ୍କ ବିବାହ ରେଜିଷ୍ଟ୍ରେସନ କେବେ କରିଥିଲେ । ଯାହାର ଯାଞ୍ଚ ଏବେ ସରକାର କରିବେ । ଯେଉଁଠୁ ଜଣାପଡିବ ସରୋଗେସୀ ନିୟମ ଠିକ ଭାବେ ପାଳନ କରାଯାଇଛି କି ନାହିଁ ।