ବଲିଉଡ ବାଦଶାହାଙ୍କ ଘରେ NCBର ଚଢଉ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ବଢୁଛି ଅଡୁଆ। ଆର୍ଯ୍ୟନ ଜେଲରେ ଥିବା ବେଳେ ଏବେ ଏନସିବି ଟାର୍ଗେଟରେ ଶାହରୁଖ ଖାନ । ବଲିଉଡ ବାଦଶାହାଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋର ଚଢଉ। ମନ୍ନତରେ ତଲାସୀ ଆରମ୍ଭ କରିଛି ଏନସିବି । ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏନସିବି ଅଫିସରେ ଦିନ ୨ଟାରେ ହାଜର ହେବାକୁ ସମନ ଜାରି ହୋଇଛି । ଆର୍ଯ୍ୟନଙ୍କ ଚାଟିଂରେ ଅନନ୍ୟା ପାଣ୍ଡେଙ୍କ ସଂପର୍କରେ ଜାଣିବାକୁ ପାଇଥିଲା ଏନସିବି ।

କହିରଖିବା ଉଚିତ ହେବକି ଅକ୍ଟୋବର ୨୦ ତାରିଖରେ ଆର୍ଯ୍ୟନଙ୍କ ଜାମିନ୍‌ ଆବେଦନକୁ ମୁମ୍ବାଇର ସେସନ୍ସ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ ଆର୍ଯ୍ୟନଙ୍କୁ ପୁଣିଥରେ ଜେଲରେ ରହିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜାମିନ୍‌ ନ ମିଳିବାରୁ ଆର୍ଯ୍ୟନ୍‌ ଖାନ ଏକ ପ୍ରକାର ହତୋତ୍ସାହ ହୋଇପଡ଼ିଛନ୍ତି ଏବଂ କାହା ସହିତ ବି ଜେଲ୍‌ରେ କଥା ହେଉ ନାହାନ୍ତି।

ଆଜି ବାପା ଶାହରୁଖ ଖାନ ପୁଅକୁ ଭେଟିବା ପାଇଁ ଆର୍ଥର ରୋଡ୍‌ ଜେଲ୍‌ରେ ପହଞ୍ଚିଥିଲେ । ବାପ ପୁଅଙ୍କ ମଧ୍ୟରେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା । ଇଣ୍ଟରକମ୍‌ ଯୋଗେ ହିଁ ଏହି ବାର୍ତ୍ତାଳାପ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.