ଡ୍ରଗ୍ସ ମାମଲାରେ କରନ ଜୋହରଙ୍କୁ ଏନ୍‌ସିବି ମାଗିଲା ତଥ୍ୟ

ମୁମ୍ବାଇ : ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା କରନ ଜୋହରଙ୍କ ଠାରୁ ଏନ୍‌ସିବି କିଛି ତଥ୍ୟ ଚାହିଁଛି । ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାରକୋଟିକ୍ସ ବ୍ୟୁରୋ ପକ୍ଷରୁ କରଣଙ୍କ ସହ ସମ୍ପର୍କରେ ଥିବା କିଛି ଲୋକଙ୍କୁ ସମନ୍‌ କରିଛି । ଭାଇରାଲ ଭିଡିଓ ନେଇ ସେମାନଙ୍କୁ ପଚରା ଉଚରା କରାଯିବ । ଏହା ସହିତ କରନ ମଧ୍ୟ କିଛି ତଥ୍ୟ ଦେବେ ।
ତେବେ ଏହି ତଥ୍ୟ ଦେବା ଲାଗି କରନ୍‌ ଏନ୍‌ସିବି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିବା ଜରୁରୀ ନୁହେଁ । ସେ ତାଙ୍କ ପ୍ରତିନିଧିଙ୍କୁ ପଠାଇ ପାରିବେ ବୋଲି କୁହାଯାଇଛି । ଗତ ବର୍ଷ ତାଙ୍କ ଘରେ ହୋଇଥିବା ପାର୍ଟିର ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଡ୍ରଗ୍ସ ସେବନ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ଏହି ଭିଡିଓ ସମ୍ପର୍କରେ ତାଙ୍କ ଠାରୁ ତଥ୍ୟ ଚାହୁଁଛି ଏନ୍‌ସିବି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.