ଜୁନିଅର କିଙ୍ଗ ଖାନଙ୍କୁ ମିଳିଲାନି ଆଶ୍ୱସ୍ତି, ୭ ତାରିଖ ଯାଏଁ ରିମାଣ୍ଡରେ ନେଇ ପଚରାଉଚରା କରିବ NCB

କେନ୍ୟୁଜ୍(ବ୍ୟୁରୋ): ଜୁନିଅର କିଙ୍ଗ ଖାନଙ୍କୁ ମିଳିଲାନି ଆଶ୍ୱସ୍ତି । କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ଏନସିବି ହେପାଜତ ମିଆଦ ବଢ଼ିଛି । ଆର୍ଯ୍ୟନଙ୍କୁ ୭ ତାରିଖ ଯାଏ କଷ୍ଟୋଡିରେ ନେଇ ପଚରାଉଚରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏଥିପାଇଁ ମୁମ୍ବାଇ ମେଟ୍ରୋପଲିଟାନ୍‌ କୋର୍ଟ ଅନୁମତି ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ଅନ୍ୟ ଅଭିଯୁକ୍ତଙ୍କ ପାଖରୁ ନିଷିଦ୍ଧ ମାଦକ ଦ୍ରବ୍ୟ ମିଳିଛି । ଅଭିଯୁକ୍ତ ତାଙ୍କ ସହ ଥିଲେ । ତଦନ୍ତକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି । ୧୧ ତାରିଖ ଯାଏ ହେପାଜତରେ ନେବାକୁ ଆଜି ଶୁଣାଣି ବେଳେ ଏନସିବି ପକ୍ଷରୁ କୋର୍ଟରେ ଯୁକ୍ତି ରଖିଥିଲେ ଆଡିସିନାଲ୍‌ ସଲିସିଟର ଜେନେରାଲ୍‌ ଅନୀଲ ସିଂହ । ସେ କହିଥିଲେ, ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଏବେ ବେଲ୍‌ ଦିଆନଯାଉ । କଷ୍ଟୋଡି ଅବଧି ବଢ଼ାଇବାକୁ ଅପିଲ୍‌ କରିଥିଲା ଏନସିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.