ଡ୍ରଗ୍ସ ମାମଲା: ୨ ଘଣ୍ଟା ଧରି ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବିର ପଚରାଉଚରା, ଆଜି ପୁଣି ତଲବ; କୋର୍ଟଙ୍କୁ ହସ୍ତାନ୍ତର ହେଲା ଆର୍ଯ୍ୟନଙ୍କ ସହିତ ଚାଟ୍‌ ମେସେଜ

ମୁମ୍ବାଇ କ୍ରୁଜ ଶିପ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି ଟିମ୍‌ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରି ସାରିଛି। ଅଭିନେତ୍ରୀଙ୍କ ନାଁ ଆର୍ଯ୍ୟନ ଖାନ୍‌ଙ୍କ ସହିତ ଚାଟ୍‌ରେ ସାମ୍ନାକୁ ଆସିଛି। ଏନ୍‌ସିବିର ସମନ ମିଳିବା ପରେ ଅନନ୍ୟା ପାଣ୍ଡେ, ବାପା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସ୍‌ରେ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ। ଅନନ୍ୟାଙ୍କୁ ୨୧ ଅକ୍ଟୋବରରେ କରାଯାଇଥିବା ପଚରାଉଚରା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ୨୨ ଅକ୍ଟୋବର ସକାଳ ୧୧ଟାରେ ଏନ୍‌ସିବି ଡକାଇଛି। ସେପଟେ ଏହି ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ପୁଣିଥରେ ଝଟକା ଲାଗିଛି। ମୁମ୍ବାଇର ସ୍ପେଶାଲ ଏନ୍‌ସିବି କୋର୍ଟ ଆର୍ଯ୍ୟନ, ଅରବାଜଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧିକୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥର ଅଭିଯୁକ୍ତମାନଙ୍କୁ କୋର୍ଟରେ ଭିଡିଓ କନ୍‌ଫେରେନ୍ସିଂ କିମ୍ବା ଶାରୀରିକ ରୂପରେ ହାଜର କରାଯାଇ ନାହିଁ।

ଅନନ୍ୟା ପାଣ୍ଡେଙ୍କ ଅପ୍‌କମିଙ୍ଗ ଫିଲ୍ମ ‘Liger’ର ଡାଇରେକ୍ଟର ତଥା ପ୍ରଡ୍ୟୁସର ପୁରୀ ଜଗନଙ୍କୁ ବି କିଛିଦିନ ପୂର୍ବେ ଇଡି ଟଲିଉଡ୍‌ ଡ୍ରଗ୍ସ କେସ୍‌ରେ ପଚରାଉଚରା କରିଥିଲା। ଏଥି ପୂର୍ବରୁ ୨୦୧୭ରେ ତେଲେଙ୍ଗାନା ଅବକାରୀ ବିଭାଗ ଡ୍ରଗ୍ସ କେସ୍‌ରେ ତାଙ୍କୁ ପଚରାଉଚରା କରିଥିଲା। ‘Liger’ର ଆଉ ଜଣେ ପ୍ରଡ୍ୟୁସର ଚିରମୀ କୌରଙ୍କୁ ମଧ୍ୟ ଇଡି ଓ ତେଲେଙ୍ଗାନା ଅବକାରୀ ବିଭାଗର SIT ଟିମ୍‌ ପଚରାଉଚରା କରିଥିଲା। ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାନ୍‌ଖେଡେ ପଚରାଉଚରା କରିଥିଲେ। ସମୀର ଓ୍ଵାନ୍‌ଖେଡେଙ୍କ ସହ ତଦନ୍ତକାରୀ ଅଧିକାରୀ ଭିଭି ସିଂ ଏବଂ ଜଣେ ମହିଳା ଅଫିସର ସେଠାରେ ଉପସ୍ଥିତ ଥିଲେ।

ଅନନ୍ୟାଙ୍କୁ ପଚରା ଯାଇଥିବା ପ୍ରଶ୍ନ

-କ’ଣ ଆପଣ ଆର୍ଯ୍ୟନ ଖାନଙ୍କୁ ଜାଣିଛନ୍ତି?

-କ’ଣ ଆପଣ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ନେବାର ଦେଖିଛନ୍ତି?

-ଆର୍ଯ୍ୟନ ଖାନ ସେହି ଡ୍ରଗ୍ସ କାହାଠାରୁ ନେଇଥିଲେ?

-କ’ଣ ଆପଣ ମଧ୍ୟ ଆର୍ଯ୍ୟନ ଖାନଙ୍କ ସହିତ ଡ୍ରଗ୍ସ ନେଉଥିଲେ?

-ଆର୍ଯ୍ୟନ ଖାନ କେବେଠାରୁ ଡ୍ରଗ୍ସ ନେଉଛନ୍ତି?

-ଆର୍ଯ୍ୟନ ଖାନ୍‌ କେଉଁ ପ୍ରକାରର ଡ୍ରଗ୍ସ ନେଉଥିଲେ?

-ସେହି ଡ୍ରଗ୍ସକୁ କିଏ ସପ୍ଲାଏ କରୁଥିଲା?

-ଡ୍ରଗ୍ସ ସପ୍ଲାୟର୍ସ କିଏ ଥିଲେ?

-କେଉଁ କେଉଁ ମଉକାରେ ସେହି ଡ୍ରଗ୍ସ ସେବନ ହେଉଥିଲା?

-କ’ଣ ଆପଣଙ୍କୁ ସେହି ତାରିଖ ମନେ ଅଛି, ଯେବେ ଡ୍ରଗ୍ସ ନିଆଯାଇଥିଲା?

-କ’ଣ ଆପଣ ଜାଣିଛନ୍ତି କି ଡ୍ରଗ୍ସ ନେବା ବେଆଇନ?

ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବିର ସମନ ମିଳିବା ପରେ ସେ ନିଜର ଏକ ଆଡ୍‌ ଶୁଟ୍‌କୁ ହୋଲ୍ଡରେ ରଖି ଦେଇଛନ୍ତି। ତାଙ୍କୁ କିଛିଦିନ ଭିତରେ ହିଁ ଏହି ଆଡ୍‌କୁ ଶୁଟ୍‌ କରେଇବାର ଥିଲା। ୩ ଅକ୍ଟୋବରରେ ଯେବେ ଏନ୍‌ସିବି ମୁମ୍ବାଇ ତଟରେ ଏକ କ୍ରୁଜ ଜାହାଜରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ଅନ୍ୟ ୭ଜଣଙ୍କ ସହିତ ଗିରଫ କରିଥିଲା, ସେହି ସମୟରେ ଆର୍ଯ୍ୟନଙ୍କ ମୋବାଇଲ ଫୋନ୍‌କୁ ଜବତ କରି ନେଇଥିଲା। ଏବେ ସେହି ମୋବାଇଲ୍‌ରୁ ଆର୍ଯ୍ୟନ୍‌ ଓ ଅନନ୍ୟା ପାଣ୍ଡେଙ୍କ ଭିତରେ ଡ୍ରଗ୍ସ ଉପରେ ଚର୍ଚ୍ଚାକୁ ନେଇ ଚାଟ୍‌ ମେସେଜ ମିଳିଛି। ଆର୍ଯ୍ୟନଙ୍କ ଜାମିନ୍‌ ଶୁଣାଣି ପୂର୍ବରୁ ଏହି ଚାଟ୍‌ ମେସେଜ୍‌କୁ କୋର୍ଟଙ୍କୁ ହସ୍ତାନ୍ତର କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.