ଆଜି ପରଦାକୁ ଆସିବ ସିନେମା ‘ନିମକି’ ନିମ୍ପୁରରୁ ନବୀନ ନିବାସ

ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି ନିମପୁରରୁ ନବୀନ ନିବାସ। ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର‌୍ୟ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି ସିନେମାରେ। ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ଅଭିନେତ୍ରୀ ଜୟା ବଚ୍ଚନ। ଲିଡ୍ ରୋଲରେ ନଜର ଆସୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।