ମନୋରଂଜନ

ଆଜି ଜନ୍ମଦିନ: ଏହି ପୁରୁଷମାନଙ୍କ ପ୍ରେମରେ ପାଗଳ ହୋଇଛନ୍ତି ନୀନା ଗୁପ୍ତା, ବିବାହିତ ବ୍ୟକ୍ତିଙ୍କୁ ବି ଦେଇ ବସିଥିଲେ ହୃଦୟ, ଜାଣନ୍ତୁ ତାଙ୍କ ଲଭ୍‌ ଲାଇଫ୍‌

ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ନିଜ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ମତୁଆଲା କରୁଥିଲେ। ୧୯୫୯ ମସିହା ଜୁଲାଇ ୪ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ନୀନାଙ୍କର ଆଜି ହେଉଛି ଜନ୍ମଦିନ। ଛୋଟ ପରଦାରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ୮୦ ଦଶକରେ ହିନ୍ଦୀ ସିନେମା ଜଗତରେ ସୃଷ୍ଟି କରିଥିଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ। ୧୯୮୫ରେ ପ୍ରଥମେ ତାଙ୍କୁ ଟିଭି ଶୋ’ ‘ଖାନଦାନ’ରେ ବ୍ରେକ ମିଳିଥିଲା। ଏହାପରେ ସେ ଯାତ୍ରା(୧୯୮୬), ଗୁଲଜାର ମିର୍ଜା ସାହିବ ଗାଲିବ(୧୯୮୭) ଏବଂ ଟିଭି ମିନି ସିରିଜ୍‌ ଆଦି କରିଥିଲେ।

ନୀନା ଗୁପ୍ତା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଆଜି ଜନ୍ମଦିନ ଅବସରରେ ଆମେ ତାଙ୍କ ଲଭ୍‌ ଲାଇଫ୍‌ ବିଷୟରେ କହିବୁ। ସେତେବେଳେ ନୀନା ଗୁପ୍ତାଙ୍କ ଲଭ୍‌ ଲାଇଫ୍‌ ଚର୍ଚ୍ଚାର ବିଷୟ ରହିଥିଲା। ଅଭିନୟ କ୍ୟାରିୟର ଭିତରେ ନୀନା ପ୍ରଥମେ ମହାନ ଅଭିନେତା ଆଲୋକ ନାଥଙ୍କୁ ହୃଦୟ ଦେଇ ବସିଥିଲେ। ଦୁହେଁ ୮୦ ଦଶକରେ ରିଲେଶନଶିପ୍‌ରେ ଥିଲେ, ଯଦିଓ ଏହି ସମ୍ପର୍କ ଲମ୍ବା ସମୟ ଧରି ଚାଲିପାରି ନ ଥିଲା।

ଏହାପରେ ନୀନା ଗୁପ୍ତାଙ୍କ ନାଁ ଭାରତୀୟ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସ୍‌ରାଜଙ୍କ ପୁଅ ଶାରଙ୍ଗଦେବଙ୍କ ସହିତ ଯୋଡ଼ି ହୋଇଥିଲା। କୁହାଯାଏ କି, ଦୁଇଜଣ ନିଜ ସମ୍ପର୍କକୁ ନେଇ ବହୁତ ସିରିୟସ୍‌ ଥିଲେ ଏବଂ ଦୁଇଜଣଙ୍କ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା। ତଥାପି କୌଣସି କାରଣରୁ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା।

ପରେ ଏଣ୍ଟି୍ର ହୋଇଥିଲା େଓ୍ଵଷ୍ଟ ଇଣ୍ଡିଜ୍‌ କ୍ରିକେଟ ଟିମ୍‌ର କ୍ୟାପଟେନ ଭିଭିୟନ ରିଚାର୍ଡସ୍‌ଙ୍କର। ସେହି ସମୟରେ ଦୁଇଜଣଙ୍କ ଅଫେୟାର ଖୁବ୍‌ ଚର୍ଚ୍ଚାରେ ରହିଥିଲା। ନୀନାଙ୍କର ଭିଭିୟନ ରିଚାର୍ଡସ୍‌ଙ୍କ ସହିତ ସମ୍ବନ୍ଧ ଥିଲା, ଏଥିରୁ ତାଙ୍କର ଏକ ଝିଅ ମଧ୍ୟ ହୋଇଛି। ନୀନା ଓ ଭିଭିୟନଙ୍କ ଝିଅ ହେଉଛନ୍ତି ମସାବା ଗୁପ୍ତା। ତେବେ ନୀନାଙ୍କ ସହିତ ଅଫେୟାର ସମୟରେ ଭିଭିୟନ ରିଚାର୍ଡସ୍‌ ବିବାହିତ ଥିଲେ ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଥିଲେ। ଦୁହିଁଙ୍କ ରିଲେଶନର କିଛି ବର୍ଷ ପରେ ନୀନା ପ୍ରେଗ୍‌ନାଣ୍ଟ ହୋଇଥିଲେ। ତଥାପି ଏତେ ସବୁ ପରେ ଏହି ସମ୍ପର୍କ ଅଧୁରା ରହିଯାଇଥିଲା।

ଏହାପରେ ନୀନା, ବିବେକ ମେହରାଙ୍କ ହାତ ଧରିଥିଲେ। ଦୁଇଜଣଙ୍କର ଦେଖା ୨୦୦୨ରେ ହୋଇଥିଲା। ବିବେକ ମେହରା ପେସାରେ ଚାର୍ଟାର୍ଡ ଆକାଉଣ୍ଟ ଅଛନ୍ତି। ପାଖାପାଖି ୬ ବର୍ଷ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ ୨୦୦୮ରେ ବିବାହ କରିଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago