ବ୍ଯକ୍ତିତ୍ବ ହିସାବରେ ମିଳିଥାଏ ଫିଲ୍ମରେ ଚରିତ୍ର, ବି-ଟାଉନର ରାଜ ଖୋଲିଲେ ନୀନା ଗୁପ୍ତା

ମୁମ୍ବାଇ : ଚାରି ଦଶକରୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ନୀନା ଗୁପ୍ତା ସବୁବେଳେ ନିଜ ସର୍ତ୍ତ ଅନୁସାରେ ଜୀବନ ଜିଅଁନ୍ତି।  ନିଜର କଠୋର ଆଚରଣ ହିଁ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଇଥିବା କହିଛନ୍ତି ନୀନା ଗୁପ୍ତା। ନୀନାଙ୍କ ମା’ ତାଙ୍କୁ ଆଇଏସଏସ ଅଫିସର କରିବାକୁ ଚାହୁଁଥିଲେ। ମାତ୍ର ସେ ଅଭିନେତ୍ରୀ ହେବାର ବାଟ ବାଛିଥିଲେ।

neenagupta

ସେହି ସମୟରେ ବଲିଉଡର ବଡ ବଡ ନିର୍ଦ୍ଦେଶକଙ୍କ ପାଖରେ ପହଞ୍ଚିବା ସହଜ ନଥିଲା। ତେଣୁ ନୀନାଙ୍କୁ ଛୋଟ ଛୋଟ ଫିଲ୍ମରେ ହିଁ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏନେଇ ନୀନା କହିଛନ୍ତି, ଆମର ଏଠି ନିଜ ବ୍ୟକ୍ତିତ୍ୱ ଅନୁସାରେ ଫିଲ୍ମରେ ଚରିତ୍ର ମିଳିଥାଏ। ତେଣୁ ମୋତେ ଫିଲ୍ମରେ ନକରାତ୍ମକ ଚରିତ୍ର ହିଁ ମିଳୁଥିଲା। ଚୋଲି କେ ପିଛେ ଗୀତ ପରେ ମୋତେ ସେପରି ହିଁ ଗୀତ କରିବାକୁ ମିଳିଲା। ଶେଷରେ ମୁଁ ଛୋଟ ପରଦାକୁ  ଓହ୍ଲାଇଥିଲି। ମାତ୍ର ଏହା ମୋର ଫିଲ୍ମ କ୍ୟାରିୟର ପାଇଁ କିଛି ସାହାଯ୍ୟ କରିନଥିଲା। ମୋ ଭିତରେ ବହୁତ କିଛି ଥିଲା, ତେଣୁ ମୁଁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଥିଲି । ଜଣେ ମହିଳା ହିସାବରେ ମୁଁ ଯାହା ଅନୁଭବ କରେ ତାକୁ ମୋ ନିର୍ଦ୍ଦେଶନାରେ ଦେଖାଇଥିଲି।

ଦୀର୍ଘ ଦିନ ପରେ କମେଡି ଫିଲ୍ମ ‘ବଧାଇ ହୋ’ରେ ନଜର ଆସୁଛନ୍ତି ନୀନା। ଏଥିରେ ସେ ଜଣେ ୫୦ବର୍ଷର ଗର୍ଭବତୀ ମହିଳାଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.