ଏକଲା ପଣ ଦୂର କରିବାକୁ ନିଜ ପିତାଙ୍କୁ ହିଁ ବୟଫ୍ରେଣ୍ଡ କରିଦେଇଥିଲେ ଏହି ଅଭିନେତ୍ରୀ, କାହିଁକି ଜାଣନ୍ତୁ

ବଲିଉଡ ଜଗତର ବିଗତ ଦିନର ଅଭିନେତ୍ରୀ ନିନା ଗୁପ୍ତା ନିଜ ନିଖୁଣ ଅଭିନୟ ପାଇଁ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ଖାଲି ସେତିକି ନୁହେଁ ନିଜ ବିନ୍ଦାସ ଅନ୍ଦାଜକୁ ନେଇ ବି ନିନାଙ୍କର ଖୁବ ଲୋକପ୍ରିୟତା ରହିଛି । ଏସବୁ ବ୍ୟତୀତ କେତେ ଗୁଡିଏ ଘଟଣାକୁ ନେଇ ବି ଅଧିକାଂଶ ସମୟରେ ନିନା ନିଜ ମତ ରଖନ୍ତି । ବିଶେଷତ ବିବାହ, କ୍ୟାରିୟର, ଶିଶୁ ତଥା ମହିଳାଙ୍କ ଅଧିକାରକୁ ନେଇ ହିଁ ବେଶୀ ସଚେତନ ଥାନ୍ତି ନିନା । ଏଗୁଡିକରେ ନିଜ ସ୍ୱର ବି ଉଠାନ୍ତି । ଆଜିକା ସମୟରେ ଯେଉଁ ଗୁଡିକୁ ଅତ୍ୟାଧୁନିକତା ଭାବେ ଧରାଯାଉଛି ସେଗୁଡିକ କିନ୍ତୁ ନିନାଙ୍କ ପାଇଁ ଖୁବ ସାଧାରଣ | ନିଜ ବ୍ୟକ୍ତିଗତ ଜୀବନରେ ନିନା ସେଗୁଡିକ କରିବାକୁ ପସନ୍ଦ କରନ୍ତି ଯେଉଁ ଗୁଡିକ ତାଙ୍କର ପସନ୍ଦ । ଏହି କାରଣରୁ ହିଁ ସେ ଅଧିକାଂଶ ସମୟରେ ଲାଇମ ଲାଇଟରେ ରୁହନ୍ତି । ନିଜ ଘର କିମ୍ବା ନିଜ ପରିବାର ବାବଦରେ କିଛି ଅଜଣା କଥାର ଖୁଲାସା କରିବାକୁ ବି ପଛାନ୍ତି ନାହିଁ ନିନା ।

neena gupta

ଏହି ନିକଟରେ ହିଁ ସେ ନିଜ ଏକଲା ପଣକୁ ନେଇ ଏକ ଖୁଲାସା କରିଛନ୍ତି । ଏକ ଇଣ୍ଟରଭିୟୁ ଦେବା ସମୟରେ ନିନା କହିଛନ୍ତିଯେ ଜୀବନରେ ଅଧିକାଂଶ ସମୟ ସେ ଏକାକୀ ବିତେଇ ଆସିଛନ୍ତି । ସ୍ୱାମୀ କିମ୍ବା ପୁରୁଷ ବନ୍ଧୁଙ୍କ ବିନା ହିଁ ନିନାଙ୍କୁ ନିଜ ଜୀବନ କାଟି ବାକୁ ପଡିଛି । ଜୀବନର ଏହି ଏକଲା ପଣକୁ ଦୂର କରିବା ପାଇଁ ନିଜ ପିତାଙ୍କୁ ହିଁ ନିଜ ବୟଫ୍ରେଣ୍ଡ କରିଥିଲେ ନିନା । ନିଜ ସବୁ ସୁଖ ଦୁଃଖ ସେ ପିତାଙ୍କ ସହ ହିଁ ସେୟାର କରନ୍ତି ।କହିରଖିବା ଉଚିତ ହେବକି, ୱେଷ୍ଟ ଇଣ୍ଡିଜ କ୍ରିକେଟର ବିବିୟନ ରିଚାର୍ଡଙ୍କ ସହ ସମ୍ପର୍କରେ ଥିଲେ ନିନା । ଏହି ସମ୍ପର୍କରୁ ତାଙ୍କର ମସାବା ନାଁରେ ଏକ ଝିଅ ବି ଅଛି | କିନ୍ତୁ ବିବିୟନ ଓ ନିନାଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା ପରେ ନିନା ବିବେକ ମେହରାଙ୍କୁ ବିବାହ କରିଥିଲେ ।

 

 

Leave A Reply

Your email address will not be published.