ଖେଳ ପରେ ଏବେ ମଡେଲିଂ ଦୁନିଆରେ ପାଦ ଦେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା, ବଡ଼ ହିରୋଙ୍କୁ ବି ପକାଇଲେ ପଛରେ

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ରହିଛି। ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ଦବ୍‌ଦବା ଜାହିର କରିବାକୁ ପ୍ରସ୍ତୁତ ହେଲେଣି।

 

View this post on Instagram

 

A post shared by Neeraj Chopra (@neeraj____chopra)

ନିକଟରେ ନୀରଜ ଫେମସ୍‌ ଡିଜାଇନର ରୋହିତ ବଳଙ୍କ ଆଉଟ୍‌ଫିଟ୍‌ସରେ ଖୁବ୍‌ ସୁନ୍ଦର ଫଟୋସୁଟ୍‌ କରାଇଛନ୍ତି। ଏହି ଫଟୋ ସୁଟ୍‌ ବେଳର ଫଟୋକୁ ନୀରଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ନୀରଜ ଏହି ସ୍ପେଶାଲ ଫଟୋସୁଟ୍‌ ଟ୍ରାଡିସନାଲ ଆଉଟ୍‌ଫିଟ୍‌ରେ କରିଛନ୍ତି। ଏହି ଏଥନିକ୍‌ ଡ୍ରେସ୍‌ରେ ନୀରଜ ପୂରା ହଟ୍‌କେ ଲାଗୁଛନ୍ତି। କୁର୍ତ୍ତା ଓ ଶେରବାନୀରେ ନୀରଜ ଲୋକଙ୍କୁ ଇମ୍ପରେସ୍‌ କରିଛନ୍ତି।

ଏହି ଫଟୋ ସେୟାର କରି ନୀରଜ କ୍ୟାପସନ୍‌ରେ ଲେଖିଛନ୍ତି, ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କ ଆଉଟ୍‌ଫିଟ୍‌ରେ ଫଟୋସୁଟ୍‌ କରିବା ସୁଯୋଗ ପାଇଥିଲି। ତାଙ୍କ ଏଲିଗେଣ୍ଟ, କ୍ଲାସିକ୍‌ ଏଥନିକ୍‌ ୱେୟାର ଓ ଡିଜାଇନ୍‌ ମୋତେ ଖୁବ୍‌ ପସନ୍ଦ ଆସିଛି। ଖୁବ୍‌ଶୀଘ୍ର ଏହାକୁ ମୁଁ ମୋ ଓ୍ଵାର୍ଡରୋବରେ ସାମିଲ କରିବି।

 

View this post on Instagram

 

A post shared by Neeraj Chopra (@neeraj____chopra)

ସୂଚନାଯୋଗ୍ୟ ଯେ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ଚୋପ୍ରା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି। ଏଣୁ ଏବେ ସବୁ କମ୍ପାନୀ ତାଙ୍କୁ ନିଜ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ଚାହୁଁଛନ୍ତି।

Leave A Reply

Your email address will not be published.