‘ଗଙ୍ଗୁବାଇ କାଠିଆଓ୍ଵାଡି’ ଟ୍ରେଲର ଦେଖି ଆଲିଆଙ୍କ ଫ୍ୟାନ ହେଲେ ଶାଶୁ ନୀତୁ କପୁର, ପ୍ରେମିକଙ୍କ ପ୍ରତିକ୍ରିୟା ଦେଖି ଆଲିଆ ବି ଉତ୍ସାହିତ

ରଣବୀର କପୁର ଏବଂ ତାଙ୍କ ମା’ ନୀତୁ କପୁର ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି, ଟ୍ରେଲର ଦେଖିବା ପରେ ଆଉ ନିଜକୁ ସମ୍ଭାଳିପାରିନାହାନ୍ତି। ସେମାନେ ଆଲିଆଙ୍କୁ ନେଇ ଏମିତି ସବୁ ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସଞ୍ଜୟ ଲୀଳା ବନଂସାଲୀ ଫିଲ୍ମ “ଗଙ୍ଗୁବାଇ କାଠିଆୱାଡି” ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଆଉ ଏଥିରେ ଆଲିଆଙ୍କ ଅନ୍ଦାଜ ଦେଖି ରଣବୀର ସପୋର୍ଟ କରିଥିବା ବେଳେ ଶାଶୁ ନୀତୁ ମଧ୍ୟ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରଶଂସା କରିଛନ୍ତି। ନୀତୁ ନିଜ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଉଫ୍‌… କମାଲ୍‌ ଆଲିଆ ଭଟ୍ଟ’।

ସଞ୍ଜୟଙ୍କ ଏହି ଫିଲ୍ମରେ ମହିଳାଙ୍କ ଭୂମିକାକୁ ଖୁବ୍ ଶକ୍ତ ଅନ୍ଦାଜରେ ଦେଖାଯାଇଛି । ଟ୍ରେଲରରେ କ୍ୟୁଟ୍ ଆଲିଆଙ୍କ ଦବଙ୍ଗ୍ ଅନ୍ଦାଜ୍ ଦେଖିବାକୁ ମିଳିଛି । ସେହିପରି ଅଜୟ ଦେବଗନ୍ ଜଣେ ମାଫିଆ ଡନ୍ ଭୂମିକାରେ ନଜର ଆସିଛନ୍ତି । ଆଲିଆଙ୍କ ଦବଙ୍ଗ ଅନ୍ଦାଜ୍, ଡାଇଲଗ୍ ଡେଲିଭେରୀକୁ ୟୁଜର୍ସ ମାନେ ଖୁବ୍ ପ୍ରଶଂସା କରିଛନ୍ତି । ଫିଲ୍ମରେ ଅଭିନେତ୍ରୀଙ୍କ ଟ୍ରାନ୍ସଫରମେସନ୍ ଦେଖି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ଆଲିଆ ଏଥିରେ ଗଙ୍ଗୁବାଇ ଭୂମିକାରେ ମନୋରଞ୍ଜନ କରିବେ । ତାଙ୍କୁ ଏକ ସେକ୍ସ ୱର୍କର୍ ରୂପରେ ଦେଖାଯାଇଛି । ଯିଏକି ପରେ ମୁମ୍ବାଇର ଏକ ଶକ୍ତିଶାଳୀ ମହିଳା ଭାବରେ ପରିଚୟ ତିଆରି କରିନେଇଛି ଓ ସମାଜ ପାଇଁ ଉନ୍ନତିମୂଳକ କାମ କରୁଛି । ମହିଳାଙ୍କ ପାଇଁ ସମାଜରେ ସ୍ୱାଧୀନତା ଆଣିବାକୁ ଯାଇ ଆଲିଆ କିପରି ଲଢ଼େଇ କରୁଛନ୍ତି ତାହା ଟ୍ରେଲରରେ ଦେଖିବାକୁ ମିଳିଛି ।

ଫିଲ୍ମଟି ଆସନ୍ତା ଫେବୃଆରୀ ୨୫ ତାରିଖରେ ରିଲିଜ ହେବ। ଫିଲ୍ମର କାହାଣୀ ‘ ଦ ମାଫିଆ କୁଇନ୍‌ ଅଫ୍‌ ମୁମ୍ବାଇ’ ଉପରେ ଆଧାରିତ। ଏହି ପୁସ୍ତକକୁ ହୁସୈନ ଜୈଦୀ ଲେଖିଛନ୍ତି।

video courtsey: Pen Movies

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.