ନେହା ଧୂପିଆଙ୍କୁ ମିଳିଲା ସରପ୍ରାଇଜ୍‌ ବେବି ଶାଓ୍ଵର, ଜଲ୍‌ଦି ହିଁ ଆସିବାକୁ ଯାଉଛି ଦ୍ୱିତୀୟ ଅତିଥି

ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏହି ମଉକାରେ ନେହାଙ୍କୁ ତାଙ୍କ ସାଙ୍ଗମାନେ ସରପ୍ରାଇଜ୍‌ ବେବି ଶାଓ୍ଵର ଭେଟି ଦେଇଛନ୍ତି। ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ଓ ତାଙ୍କର ବାକି ସାଙ୍ଗମାନ ନେହାଙ୍କ ପାଇଁ ବେବି ଶାଓ୍ଵରର ବନ୍ଦୋବସ୍ତ କରିଥିଲେ। ଏହି ସମୟରେ ନେହା ପର୍ପଲ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ।

ନେହା ଧୂପିଆ ନିଜେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବେବି ଶାଓ୍ଵରର ଫଟୋଗୁଡ଼ିକୁ ସେୟାର କରିଛନ୍ତି, ଯେଉଁଥିରେ ସୋହା ଏବଂ ନେହାଙ୍କ ବାକି ସାଙ୍ଗମାନେ ନଜର ଆସୁଛନ୍ତି। ନେହା କ୍ୟାପସନରେ ଲେଖିଛନ୍ତି କି, ‘ମୋତେ ଆଜିର ଦିନକୁ ନେଇ କିଛି ଜଣା ନ ଥିଲା। ସରପ୍ରାଇଜ୍‌ ବେବି ଶାଓ୍ଵର ବହୁତ ସ୍ୱିଟ୍‌ ଥିଲ।। ମୋତେ କହିବାକୁ ପଡ଼ିବ କି, ତୁମେମାନେ ବୁଦ୍ଧିଆ ଧୂପିଆଙ୍କୁ ଧରି ନେଲ। ଆପଣ ସମସ୍ତଙ୍କୁ ମୋର ଭଲ ପାଇବା। ଆର ଥର ସରପ୍ରାଇଜ୍‌ ପୂର୍ବରୁ ମୋତେ ଟିକେ ଜଣେଇ ଦେବ’।

ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ବେବି ଶାଓ୍ଵର ନମ୍ବର ୨’। ଫଟୋରେ ସେ ନେହାଙ୍କ ଗାଲକୁ କିସ୍‌ କରୁଥିବାର ନଜର ଆସୁଛନ୍ତି। କହି ରଖୁଛୁ, ୩ ବର୍ଷ ପୂର୍ବେ ନେହା ଓ ଅଙ୍ଗଦ ବିବାହ କରିଥିଲେ। ୨୦୧୮ ନଭେମ୍ବରରେ ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା, ଯାହାର ନାଁ ସେମାନେ ମେହର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.