ଆଦିତ୍ୟଙ୍କ ସହିତ ବିବାହ ଖବର ମଧ୍ୟରେ ନେହା ଗାଇଲେ ‘ୟାଦ ପିୟା କି ଆନେ ଲଗି’, ଭିଡିଓ ପୋଷ୍ଟ କଲେ ଟୋନି କାକ୍କଡ ଓ କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ବଲିଉଡର ପ୍ରସିଦ୍ଧ ଗାୟିକା ନେହା କାକ୍କଡ ଏବଂ ଆଦିତ୍ୟ ନାରାୟଣଙ୍କ ବିବାହ ଖବର ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଥିରେ ନେହା ଏକ ଭିଡିଓ ବନାଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ସେ ନିଜର ଗୀତ “ୟାଦ ପିୟା କି ଆନେ ଲଗି”ରେ ଲିପ ସିଙ୍କ କରୁଛନ୍ତି । ଭିଡିଓକୁ ନେହାଙ୍କର ଅନେକ ଫ୍ୟାନ ସେୟାର କରିଥିବା ଦେଖିବାକୁ ମିଳିଛି ।


ନେହା ଏକ ଗାଡି ଭିତରେ ଏହି ଭିଡିଓକୁ ରେକର୍ଡ କରିଥିଲେ । ଏହି ଗୀତଟି ରେଡିଓରେ ବାଜୁଥିବା ବେଳେ ନେହା କେବଳ ଲିପ ସିଙ୍କ କରୁଥିଲେ । ଗୀତଟି ଗତବର୍ଷ ରିଲିଜ ହୋଇଥିଲା ଓ ରିଲିଜ ହେବାମାତ୍ରେ ହିଁ ଏହା ବଜାରରେ ଧୁମ ମଚାଇଥିଲା । ତେବେ ଗୀତଟି ଫାଲ୍ଗୁନୀ ପାଠକ ଗାଇଥିବା ଗୀତର ରିମେକ ଥିଲା ।


ନେହା ଓ ଆଦିତ୍ୟଙ୍କ ବିବାହକୁ ନେଇ ଲଗାତାର ଏପରି ଖବର ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ଭାଲେଣ୍ଟାଇନ ଡେ ବା 14 ଫେବୃୟାରୀରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଭିଡିଓକୁ ନେହାଙ୍କ ଭାଇ ଟୋନି କାକ୍କଡ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ତାସହିତ ଟୋନି ନିଜେ ଏଥିରେ ନେହା 14 ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି କହୁଥିଲେ । ଯଦିଓ ଏହା କହି ଦୁହେଁ ଜୋର ଜୋରରେ ହସିବାକୁ ଲାଗିଥିଲେ ।

Leave A Reply

Your email address will not be published.