ନେହା କକ୍କଡ-ଆଦିତ୍ୟ ନାରାୟଣଙ୍କ ବରମାଳା ଭିଡିଓ ଭାଇରାଲ, ମନ୍ତ୍ର ଉଚ୍ଚାରଣ କରି ବିବାହ ବିଧି ସମ୍ପନ୍ନ କଲେ ପଣ୍ଡିତ

ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ କିଛିଦିନ ହେବ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ସେମାନଙ୍କ ବରମାଳାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପଣ୍ଡିତ ଠିକ୍‌ ମନ୍ତ୍ର ଉଚ୍ଚାରଣ କରି ନେହା ଓ ଆଦିତ୍ୟଙ୍କ ବିବାହ ବିଧିକୁ ସମ୍ପୂର୍ଣ୍ଣ କରୁଥିବା ଦେଖାଯାଉଛି। ତେବେ ଏହାକୁ କେବଳ ପବ୍ଲିସିଟି ଷ୍ଟଣ୍ଟ ବୋଲି କୁହାଯାଉଛି। ଦୁଇଜଣ ମେକର୍ସଙ୍କ ସହ ମିଶି ଏହି ପୂରା ନାଟକ ରଚିଥିଲେ, ଯେପରି ଟିଆର୍‌ପି ବଢ଼ିପାରିବ।

ne44

ଗତ ମାସରେ ଆଦିତ୍ୟଙ୍କ ବାପା, ମା’ ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌କୁ ଆସିଥିଲେ। ସେମାନେ ଘୋଷଣା କରିଥିଲେ ଯେ ସେମାନଙ୍କ ପୁଅର ବିବାହ ନେହା କକ୍କଡଙ୍କ ସହିତ ହେବାକୁ ଯାଉଛି। ନେହାଙ୍କ ବାପା, ମା’ ମଧ୍ୟ ଶୋ’ରେ ଉପସ୍ଥିତ ଥିଲେ। ସେମାନେ ଏହି ସମ୍ପର୍କ ଉପରେ ସହମତି ଜଣାଇଥିଲେ। କିନ୍ତୁ ପରେ ଉଭୟ ପରିବାରର ପ୍ୟାରେଣ୍ଟସ୍‌ ବିବାହ କଥା ପକ୍କା କରିବା ମଧ୍ୟ ଶୋ’ର ସ୍କ୍ରିପ୍ଟ ଥିଲା ବୋଲି କହିଥିଲେ।

ne1

ଏକ ଇଣ୍ଟରଭ୍ୟୁରେ ଉଦିତ୍‌ ନାରାୟଣ କହିଥିଲେ ଯେ ତାଙ୍କ ପୁଅ ଆଦିତ୍ୟ ନେହାଙ୍କୁ ବିବାହ କରୁନାହାନ୍ତି। ଏହା କେବଳ ‘ଇଣ୍ଡିଆନ୍‌ ଆଇଡଲ୍‌’ର ଟିଆର୍‌ପି ବଢ଼ାଇବା ପାଇଁ ଏକ ପବ୍ଲିସିଟି ଷ୍ଟଣ୍ଟ୍‌ ଥିଲା।

video courtesy: youtube

Leave A Reply

Your email address will not be published.