ବିବାହର ଦୁଇ ସପ୍ତାହ ପୂର୍ବରୁ ବ୍ୟାଚଲର ପାର୍ଟି ସେଲିବ୍ରେଟ୍‌ କଲେ ନେହା ଏବଂ ଆଦିତ୍ୟ, ସାମ୍ନାକୁ ଆସିଲା ଫଟୋ

‘ଇଣ୍ଡିଆନ ଆଇଡଲ ୧୧’ ର ସେଟ୍‌ ଏବେ ପ୍ରତିଯୋଗୀଙ୍କ ପଦର୍ଶନୀ ଠାରୁ ଅଧିକ ନେହା କକ୍କଡ ଏବଂ ଆଦିତ୍ୟ ନାରାୟଣଙ୍କ ବିବାହର ଚର୍ଚ୍ଚା ଜୋର୍‌ ଧରିଛି। ଶୋ’ରେ ନେହା କକ୍କଡ ବିଚାରକ ପଦବୀରେ ଥିବା ବେଳେ ଆଦିତ୍ୟ ନାରାୟଣ ଏହି ଶୋ’ର ହୋଷ୍ଟ। ନେହା ଏବଂ ଆଦିତ୍ୟଙ୍କ ବିବାହର ଚର୍ଚ୍ଚା ହେବା ପରେ ଏବେ ଦୁଇ ଜଣ ବ୍ୟାଚଲର ପାର୍ଟି ସେଲିବ୍ରେଟ କରିବାର ନଜର ଆସିଛନ୍ତି।

neha3ଆଦିତ୍ୟ ନାରାୟଣ ନେହାଙ୍କୁ ଖୁବ୍‌ ରୋମାଣ୍ଟିକ୍‌ ଅନ୍ଦାଜ୍‌ ରେ ପ୍ରପୋଜ୍‌ କରିଛନ୍ତି। ତାଙ୍କରେ ନାଲି ରଙ୍ଗର ଗୋଲାପ ମଧ୍ୟ ରହିଥିଲା। ଆଦିତ୍ୟୁ ପ୍ରପୋଜ୍‌ କରିବା ସମୟରେ ନେହା ଖୁବ୍‌ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି। ଏହାପରେ ଆଦିତ୍ୟ ନେହାଙ୍କୁ କେକ୍‌ ଖୁଆଉଥିବାର ମଧ୍ୟ ନଜର ଆସିଛନ୍ତି। ଏହି ଫୋଟରେ ତାଙ୍କ ସହ କାର୍ତ୍ତିକ ଆର୍ଯନ ମଧ୍ୟ ରହିଛନ୍ତି। ସୂଚନା ମୁତାବକ କାର୍ତ୍ତିକ ଏବଂ ସାରା ଫିଲ୍ମ ‘ଲଭ ଆଜକଲ୍‌ ୨’ ର ପ୍ରମୋସନ କରିବା ପାଇଁ ଏହି ସେଟ୍‌ ରେ ପହଞ୍ଚିବା ପରେ ଆଦିତ୍ୟ ଏବଂ ନେହା ଏହି ଖୁସିକୁ ସେଲିବ୍ରେଟ କରିଥିଲେ।

neha1ସେଟ୍‌ ରେ ଆଦିତ୍ୟ ଏବଂ ନେହାଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳିଛି। ଦୁଇଜଣ ଷ୍ଟେଜରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ ରେ ଡ୍ୟାନ୍ସ କରିଛନ୍ତି। ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ ଆଗାମୀ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ ୧୪ ଫେବୃଆରୀରେ ଆଦିତ୍ୟ ଏବଂ ନେହା ବିବାହ ବନ୍ଧନରେ ଯୋଡି ହେବେ। ରିୟଲିଟି ଶୋ’ ସେଟ୍‌ ରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି କିନ୍ତୁ କଣ ବାସ୍ତବ ଜୀବନରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବେ? ଏହା ଆଗାମୀ ଦିନରେ ଦେଖିବାକୁ ବାକି ରହିଛି।

aaditya-ଏହା ପୂର୍ବରୁ ସେଟ୍‌ ରେ ଆଦିତ୍ୟ ନାରାୟଣ ଏବଂ ନେହା କକ୍କଡଙ୍କ ମାତା-ପିତା ପହଞ୍ଚିଥିଲେ। ଯେଉଁଠାରେ ଉଦିତ୍‌ ନାରାୟଣ ନେହାଙ୍କୁ ନିଜର ବୋହୁ କରିବା ପାାଇଁ ଇଛା ପ୍ରକାଶ କରିଥିଲେ। ଏହାପରେ ଏହି ପ୍ରସ୍ତାବରେ ନେହାଙ୍କ ମାତା-ପିତା ପ୍ରସ୍ତୁତ ହୋଇଥିଲେ। ସେଟ୍‌ ରେ ସର୍ବପ୍ରଥମେ ଆଦିତ୍ୟଙ୍କ ପରିବାର ପକ୍ଷରୁ ନେହାଙ୍କୁ ସଗୁନ୍‌ ଦିଆଯାଇଥିଲା। ଏହାପରେ ଉଭୟଙ୍କ ପରିବାର ମିଶି ଆସନ୍ତା ୧୪ ଫେବୃଆରୀରେ ବିବାହ ହେବା ପାଇଁ ସ୍ଥିର କରିଛନ୍ତି।

You might also like