Categories: ମନୋରଂଜନ

ହିମାଂଶଙ୍କ ସହ ବ୍ରେକଅପ୍ : ସୋସିଆଲ ମିଡ଼ିଆରେ ଦୁଃଖ ବଖାଣୁଛନ୍ତି ନେହା

ମୁମ୍ବାଇ : ବଲିଉଡ଼ର ଲଭବାର୍ଡ଼ ଭାବେ ଜଣାଯାଉଥିବା ଗାୟିକା ନେହା କକ୍କଡ଼ ଏବଂ ହିମାଂଶ କୋହଲୀଙ୍କ ସଂପର୍କରେ ଏବେ ଆସିଛି ଫାଟ। ଏହାର ଝଲକ ନେହାଙ୍କ ସୋସିଆଲ ମିଡ଼ିଆରେ ସଂପୂର୍ଣ୍ଣ ନଜର ଆସୁଥିବା ବେଳେ ମନର କୋହକୁ ନିଜ ଦର୍ଶକଙ୍କ ଶେୟାର କରିଛନ୍ତି ସେଲିବ୍ରେଟି। ଏନେଇ ନିଜ ଇନଷ୍ଟାଗ୍ରାମ ଷ୍ଟୋରିଜରେ ଶେୟାର କରିଛନ୍ତି ଅନେକ ପୋଷ୍ଟ ନେହା।

 

ଏବେ ନେହା ଏବଂ ହିମାଂଶ ପରସ୍ପରକୁ ସୋସିଆଲ ମିଡ଼ିଆରେ ଅନଫଲୋ କରିଥିବା ବେଳେ ନେହା ହିମାଂଶଙ୍କ ସହ ଥିବା ସମସ୍ତ ଫଟୋକୁ ମଧ୍ୟ ଡ଼ିଲିଟ କରିଛନ୍ତି। ଖାଲି ତାହା ନୁହଁ ନେହା ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରିଜରେ ପୋଷ୍ଟ କରିଛନ୍ତି, “ମୁଁ ଜାଣି ନଥିଲି ଦୁନିଆରେ ଏତେ ଖରାପ ଲୋକ ଅଛନ୍ତି, ଜଣଙ୍କ ପାଇଁ ଏତେ ସବୁ କିଛି କରିବା ପରେ ବଦଳରେ ଏପରି କିଛି ମିଳିବ ମୁଁ ଭାବି ନଥିଲି। ତେବେ ମୁଁ ଏବେ ସବୁ ସହିବା ସହ ଏପରି ବଞ୍ଚିବା ଶିଖିଗଲିଣି”। ଏଥି ସହ ସେ ଲେଖିଛନ୍ତି “ଆମ ସମସ୍ତ କଳାକାରଙ୍କର ଦୁଇଟି ଜୀବନ ରହିଥାଏ । ଗୋଟିଏ ପର୍ସନାଲ ଏବଂ ଅନ୍ୟଟି ପ୍ରୋଫେସନାଲ। ପର୍ସନାଲରେ ଯେତେ ଦୁଃଖ ଯନ୍ତ୍ରଣା ଥାଉ ନା କାହିଁକି, ପ୍ରଫେସନାଲ ଲାଇଫରେ ଆମକୁ ଦମ୍ଭ ହେବାକୁ ପଡ଼ିବ। ”

ଗାୟିକା ନେହା ଏବଂ ହିମାଂଶଙ୍କ ସଂପର୍କଙ୍କୁ କାହାକୁ ଅଛପା ରହିନଥିଲା। ଯଦି କିଏ ନେହାଙ୍କ ପ୍ରେମ ସଂପର୍କ ବିଷୟରେ କହିବାକୁ ଯାଏ ତେବେ ସବୁବେଳେ ତାଙ୍କ ସହିତ ବଲିଉଡ଼ ଅଭିନେତା ହିମାଂଶ କୋହଲିଙ୍କୁ ନାଁକୁ ଯୋଡ଼ିଦିଆଯାଇଥାଏ । ଏପରିକି ନିକଟରେ ଏକ ରିଆଲିଟି ସୋରେ ହିମାଂଶ ତାଙ୍କ ମନ କଥା ନେହାଙ୍କୁ କହିବା ସହ ନିଜ ସଂପର୍କକୁ ଆଗକୁ ନେବାକୁ ଚାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏବେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

17 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

18 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

59 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago