ରୋହନପ୍ରୀତଙ୍କ ସହ ଠୁମକା ଲଗାଇଲେ ନେହା କକ୍କର, ଭାଇରାଲ ହେଉଛି ଭିଡ଼ିଓ

ଆଜିକାଲି ବଲିଉଡ ଗାୟକ ନେହା କକ୍କର ଏବଂ ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହଳଦି, ମେହେନ୍ଦି, ସଗନ, ବିବାହ ଏବଂ ରିସେପ୍ସନର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଉଭୟଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନେହା କକ୍କରଙ୍କ ଏକ ପ୍ରଶଂସକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ନେହା ନିଜ ଭାଇ ଟୋନି କକ୍କରଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ # ନେହୁପ୍ରୀତ ଟୋନି କକ୍କରଙ୍କ ଗୀତ Nach Meri Laila ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ସହିତ ଅନ୍ୟ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରୋହନପ୍ରୀତ ଅଭିନୟ କରୁଥିବା ଦେଖାଯାଉଛି । ଭିଡିଓରେ ରୋହନପ୍ରୀତ ମଞ୍ଚରୁ ଆସି ନେହାଙ୍କୁ କିସ କରୁଥିବାର ମଧ୍ଯ ଆପଣ ଦେଖିପାରିବେ ।

neha

ସେହିଭଳି ନେହାଙ୍କ ସଫଳତା କଥା କହିବାକୁ ଗଲେ ସେ ଆଜି ଯେଉଁ ସ୍ଥିତିରେ ପହଞ୍ଚିଛନ୍ତି ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଛି । ତାଙ୍କ ପାଇଁ ଋଷିକେଶ ରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା ଖୁବ ସଂଘର୍ଷପୂର୍ଣ୍ଣ ଥିଲା । ନେହା ତାଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏବଂ ତା’ପରେ ସେ ଏକ ମ୍ୟୁଜିକ୍ ଆଇକନ୍ ହୋଇଛନ୍ତି। ନେହା ଆଜି ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ନିକଟରେ ନେହା କକ୍କର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ରୋହନପ୍ରୀତଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ଉଭୟଙ୍କ ବିବାହ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ନେହା ଏବଂ ରୋହନପ୍ରୀତ ଗୁରୁଦ୍ୱାର ଯାତ୍ରା କରିଥିଲେ, ଏହା ପରେ ଏକ ବଡ ବିବାହ ଭୋଜି ମଧ୍ୟ ଆୟୋଜିତ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.