ନେହା କକ୍କର ଓ ହନି ସିଂଙ୍କ ଗୀତ ‘କାଣ୍ଟା ଲଗା’କୁ ଦର୍ଶକଙ୍କ ବଢ଼ିଆ ରେସ୍‌ପନ୍ସ, ୧୮ ଘଣ୍ଟା ଭିତରେ ଭ୍ୟୁଜ୍‌ ୧ କୋଟି ପାର୍‌!

ସିଙ୍ଗର ନେହା କକ୍କର, ଟୋନି କକ୍କର ଓ ୟୋ ୟୋ ହନି ସିଂ ବୁଧବାର ନିଜର ପାର୍ଟି ଟ୍ରାକ୍‌ ‘କାଣ୍ଟା ଲଗା’ ରିଲିଜ୍‌ କରିଛନ୍ତି। ୩ ସିଙ୍ଗର୍ସଙ୍କୁ ଆଶା ଥିଲା କି, ସମସ୍ତ ମ୍ୟୁଜିକ୍‌ ଲଭରଙ୍କୁ ଏହି ଗୀତ ନିଶ୍ଚୟ ପସନ୍ଦ ଆସିବ, ଯାହାକି ଏବେ ସତ ପ୍ରମାଣିତ ହୋଇଛି। ରିଲିଜ୍‌ ସହିତ ହିଁ ଏହି ଗୀତ ଟପ୍‌ ଟ୍ରେଣ୍ଡରେ ସାମିଲ ହୋଇଛି। କିଛି ହିଁ ଘଣ୍ଟା ଭିତରେ ଏହାକୁ ୧ କୋଟିରୁ ଅଧିକ ଭ୍ୟୁଜ୍‌ ହାସଲ ହୋଇ ସାରିଲାଣି।

ଯେତେବେଳେ ଏହି ଗୀତ ରିଲିଜ୍‌ ହେବାର କଥା ସାମ୍ନାକୁ ଆସିଥିଲା, ତ ସମସ୍ତଙ୍କୁ ଲାଗିଥିଲା କି, ଏହା ପୁରୁଣା ଗୀତର ହିଁ ନର୍ମାଲ ରିକ୍ରିଏଟ ଭର୍ଜନ ହେବ। କିନ୍ତୁ ଗୀତ ଶୁଣିଲା ପରେ ଏକଦମ୍‌ ନୂଆ ପ୍ରକାରେ ଏହା ସାମ୍ନାକୁ ଆସିଛି। ଏହା ଫୁଲ୍‌ ଅନ୍‌ ପାର୍ଟି ସଙ୍ଗ୍‌, ଯେଉଁଥିରେ ହନି ସିଂଙ୍କ ର‍୍ୟାପ୍‌ ଏବଂ ଜବରଦସ୍ତ ମ୍ୟୁଜିକ୍‌ ଲୋକଙ୍କ ହୃଦୟ ଜିତି ନେଉଛି। ଗୀତକୁ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳି ସାରିଲାଣି।

ନେହା କହିଛନ୍ତି, ମୁଁ ପୂର୍ବରୁ ବି ଟୋନି ଓ ୟୋ ୟୋ ହନି ସିଂଙ୍କ ସହିତ ଗୀତ ଗାଇଛି। ‘କାଣ୍ଟା ଲଗା’ ପାଇଁ ଏକ ସାଥୀରେ କାମ କରି ବହୁତ ମଜା ଆସିଲା। ଏହି ଦୁଇ କଳାକାରଙ୍କ ସହିତ ଗୀତ ଏକ ପାର୍ଟି ଭଳି ଥିଲା। ସେହିପରି ହନି ସିଂ କହିଛନ୍ତି, ଏହାକୁ ନେଇ ମୁଁ ବହୁତ ଉତ୍ସାହିତ ଥିଲି ଏବଂ ମୋତେ ଖୁସି ଲାଗୁଛି କି, ଏହା ଏବେ ରିଲିଜ୍‌ ହୋଇଯାଇଛି। ପାର୍ଟି ଜାରି ରହିଛି। ମୁଁ ଆଶା କରୁଛି କି, ‘କାଣ୍ଟା ଲଗା’ରେ ଶ୍ରୋତାଙ୍କ ପାଇଁ ଏମିତି କିଛି ରହିଛି, ଯାହାର ସେମାନେ ଆନନ୍ଦ ନେଇ ପାରିବେ। ମିହିର ଗୁଲାଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଗୀତକୁ ଅଂଶୁଲ ଗର୍ଗଙ୍କ ଲେବଲ ଦେଶୀ ମ୍ୟୁଜିକ୍‌ ଫ୍ୟାକ୍ଟ୍ରି ଅଧୀନରେ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.