ନେହା କକ୍କର ଗରିବ ପିଲାଙ୍କୁ ବାଣ୍ଟୁଥିଲେ ୫୦୦ ଟଙ୍କିଆ ନୋଟ୍‌, ହଠାତ୍‌ ଚିଲ୍ଲାଇବାକୁ ଲାଗିଲେ ପିଲା…ତ ଭୟରେ ଛାନିଆ ହୋଇଥିଲେ ସେଲ୍ଫି କୁଇନ

ବଲିଉଡ ଇଣ୍ଡଷ୍ଟ୍ରୀରେ ସେଲ୍ଫି କୁଇନ ନାମରେ ଫେମସ୍‌ ନେହା କକ୍କରଙ୍କ ଉଦାରତା କାହାକୁ ବା ଅଛପା। ସେଟ ହେଉ କି ସେଟ୍ ବାହାରେ, ସେ କାହାର ବି ଯନ୍ତ୍ରଣା ଦେଖି ଭାବୁକ ହୋଇ ଉଠନ୍ତି। ସେପଟେ ଲୋକଙ୍କୁ ସାହାଯ୍ୟ କରିବାରେ ମଧ୍ୟ ନେହା କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଏହାରି ଭିତରେ ତାଙ୍କର ଅନ୍ୟମାନଙ୍କୁ ସାହାଯ୍ୟ କରିବା ଭାରୀ ପଡ଼ି ଯାଇଛି। ନେହାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସେ କେବଳ ବ୍ୟସ୍ତ ବିବ୍ରତ ହୋଇ କାନ୍ଦୁଥିବାର ଦେଖିବାକୁ ମିଳୁ ନାହାନ୍ତି, ବରଂ ଏହାର କମେଣ୍ଟରେ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି।

ନେହା କକ୍କରଙ୍କର ଏହି ଭାଇରାଲ ଭିଡିଓକୁ ଭୁମ୍ପଲାର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ନେହାଙ୍କର ଏହି ଭିଡିଓ ଏକ ରେଷ୍ଟୁରାଣ୍ଟ ବାହାରର। ଏଥିରେ ନେହା କକ୍କର କାରରେ ବସିଥିବାର ନଜର ଆସିଛନ୍ତି। ସେପଟେ ତାଙ୍କ କାର୍‌କୁ ଅନେକ ପିଲା ଘେରି ରହିଥିବା ଏବଂ ବଡ଼ ପାଟିରେ ଚିତ୍କାର କରୁଥିବାର ନଜର ଆସୁଛନ୍ତି। ଭିଡିଓରେ ଆପଣ ଦେଖି ପାରିବେ ଯେ ପିଲାମାନେ ହଠାତ୍ ହିଁ ବଡ଼ ପାଟିରେ ଚିଲ୍ଲାଇବା ଆରମ୍ଭ କରି ଦେଉଛନ୍ତି। ଯେତେବେଳେ ନେହା ପିଲାମାନଙ୍କୁ ୫୦୦ ଟଙ୍କିଆ ନୋଟ୍‌ ବାଣ୍ଟୁଥିଲେ, ସେତେବେଳେ ରେଷ୍ଟୁରାଣ୍ଟର ସିକ୍ୟୁରିଟି ଗାର୍ଡ ଆସି ପହଞ୍ଚି ଯାଇଥିଲେ ଏବଂ ସେ ପିଲାମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ। ଯେମିତି ହି, ଗାର୍ଡ ପିଲାମାନଙ୍କୁ ସେଠାରୁ ହଟାଇବା ଆରମ୍ଭ କରୁଛନ୍ତି, ଏତିକି ବେଳେ ସମସ୍ତେ ଏକ ସାଥୀରେ ଜୋର୍‌ରେ ଚିଲ୍ଲାଇବା ଆରମ୍ଭ କରି ଦେଉଛନ୍ତି।

ପିଲାମାନେ ଏହିପରି ଚିଲ୍ଲାଉଥିବାର ଦେଖି ନେହା ଭୟଭୀତ ହୋଇ ପଡ଼ୁଛନ୍ତି। ବଡ଼ ପାଟି ଯୋଗୁ ସେ ନିଜର ମୁହଁ ଲୁଚାଇ କାନ୍ଦିବାକୁ ଲାଗୁଛନ୍ତି। ଏହି ପୂରା ଭିଡିଓରେ ନେହା ବହୁତ ଭାବୁକ ଏବଂ ଡରି ଯାଇଥିବାର ନଜର ଆସୁଛନ୍ତି। ସେପଟେ ନେହା କାରର ଝରକା ପଟକୁ ପିଠି କରି ବସି ଯାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ବହୁତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଭିଡିଓ ଉପରେ କମେଣ୍ଟ କରି ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି ଯେ ସେଠାରେ ଯେଉଁ ଲୋକ ଛିଡ଼ା ହୋଇଛନ୍ତି, ସେମାନେ ଏହି ସବୁ ନାଟକ ଦେଖୁଥିଲେ କିପରି। ସେପଟେ କିଛି ପ୍ରଶଂସକ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କୁ ପୂର୍ବରୁ ହିଁ କାହିଁକି ବୁଝେଇ ହଟାଯାଇ ନ ଥିଲା। ଆଉ କିଛି କହିଛନ୍ତି, ‘ଏମାନେ ଭିକାରୀ ନୁହନ୍ତି, ଚୋର’।

 

View this post on Instagram

 

A post shared by Voompla (@voompla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.