ନେହା ପଢ଼ୁଥିବା ସ୍କୁଲ ସାମ୍ନାରେ ସିଙ୍ଗଡ଼ା ବିକୁଥିଲେ ତାଙ୍କ ପିତା, ଜାଣନ୍ତୁ ତାଙ୍କ ସହ ଜଡିତ ଏମିତି ଆଉ କିଛି ରୋଚକ କଥା….

ବଲିଉଡ଼ର ପ୍ଲେ-ବ୍ୟାକ ସିଙ୍ଗର ନେହା କକ୍କଡଙ୍କୁ ଆଜି ହୁଏତ କୌଣସି ପରିଚୟର ଆବଶ୍ୟକତା ନାହିଁ । ଆଜି ହେଉଛି ତାଙ୍କର ୩୨ତମ ଜନ୍ମଦିବସ । ତାଙ୍କର ଏହି ବିଶେଷ ଦିନରେ ତାଙ୍କ ସହ ଜଡିତ କିଛି ଖାସ କଥା ବିଷୟରେ ଆସନ୍ତୁ ଜାଣିବା । ଫିଲ୍ମ ଜଗତର ଟପ ସିଙ୍ଗର ନେହା ମାତ୍ର ୪ ବର୍ଷ ବୟସରେ ହିଁ ବିଭିନ୍ନ ମା’ଙ୍କ ଜଗରତା ଗୁଡିକରେ ଭଜନ ଗାଇବା ଆରମ୍ଭ କରି ଦେଇଥିଲେ । ଭାରତର ପ୍ରସିଦ୍ଧ ରିଅଲିଟି ସୋ “ଇଣ୍ଡିଆନ ଆଇଡ଼ଲ”ରେ ୨୦୦୬ ମସିହାରେ ଭାଗ ନେବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ନେହା । ଅନେକ ଆଲବମରେ ସ୍ୱର ଦେବା ସହ ନେହା ଅନେକ ଲାଇଭ ସୋ’ ମଧ୍ୟ କରିଛନ୍ତି । ଏବେକା ସମୟରେ ଦୁଇ ଭାଇଭଉଣୀ ନେହା ଓ ଟୋନିଙ୍କ ଯୋଡି ବଲିଉଡରେ ଏକ ପ୍ରକାର ଧମାଲ କରିବା ସହ ଯୁବପିଢିଙ୍କ ପସନ୍ଦର ପ୍ଲେ -ଲିଷ୍ଟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

neha

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ,ନେହାଙ୍କ ସଫଳତାର ଯାତ୍ରା ଏତେଟା ସହଜ ନଥିଲା । ଆଜି କୋଟି କୋଟି ସମ୍ପତ୍ତିର ମାଲିକାଣୀ ନେହାଙ୍କୁ ଛୋଟ ବେଳରୁ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଥିଲେ । ଏମିତିକି ନିଜର ଅନେକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତିକି, ଯେଉଁ ସ୍କୁଲରେ ସେ ପାଠ ପଢୁଥିଲେ ତାହାର ସାମ୍ନାରେ ତାଙ୍କ ପିତା ସିଙ୍ଗଡ଼ା ପ୍ରସ୍ତୁତ କରି ବିକ୍ରି କରୁଥିଲେ । ନେହାଙ୍କ ସ୍କୁଲ ଜୀବନ ଋଷିକେଶରୁ ଆରମ୍ଭ ହୋଇଥିଲା । ଏହି କାରଣରୁ ସାଙ୍ଗସାଥୀଙ୍କ ଠାରୁ ଅନେକ ଟାହି ଟାପରା ବି ଶୁଣିବାକୁ ପଡିଥିଲା । ଏତେ ଦୁଃଖ କଷ୍ଟର ସାମ୍ନା କରିବା ସତ୍ତ୍ୱେ କେଵେବି ନିଜ ଆତ୍ମବିଶ୍ୱାସ ହରାଇ ନଥିଲେ ନେହା । ଜୀବନ ବ୍ୟାପି ନିଜ ପିତାଙ୍କୁ ହିଁ ନିଜ ଆଦର୍ଶ ମାନିଥିବା ନେହାଙ୍କ ଗୀତ ଚାର୍ଟବାଷ୍ଟରରେ ଖୁବ ଅଧିକ ପରିମାଣରେ ଟ୍ରେଣ୍ଡ କରୁଛି ।

କହି ରଖିବା ଉଚିତ ହେବକି, କିଛି ଦିନ ତଳେ ହିଁ ନେହା ଋଷିକେଶ ଠାରେ ନିଜ ପାଇଁ ଏକ ଘର କିଣିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଜରିଆରେ ସେ କିଣିଥିବା ଘରର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ସବୁଠୁ ଖାସ କଥା ହେଉଛି, ନେହା କିଣିଥିବା ଘରର ବଗିଚାରରେ ମା’ଙ୍କ ପାଇଁ ଏକ ମନ୍ଦିର ସ୍ଥାପନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.