ମନୋରଂଜନ

ସୀମା ମାମଲାରେ ନେପାଳକୁ ସମର୍ଥନ କଲେ ମନୀଷା କୋଇରାଲା, ସ୍ୱରାଜ କୈାଶଲ ମନୀଷାଙ୍କୁ କଲେ ଏମିତି କଟାକ୍ଷ

ଭାରତ ଗତ ୮ ତାରିଖରେ କୈଳାଶ ମାନସରୋବର ରାସ୍ତାର ଉଦ୍‌ଘାଟନ କରିଛି । ଏହାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ମୁଣ୍ଡ ଟେକିଛି । ସମ୍ପର୍କରେ ସୃଷ୍ଟି ହୋଇଛି ତିକ୍ତତା । ନେପାଳ ଏହି ଅଞ୍ଚଳକୁ ତା’ର ବୋଲି ଦାବି କରିଛି ।

ଖାଲି ସେତିକି ନୁହେଁ । କାଲାପାନୀ, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ତା’ର ଦେଶର ମାନଚିତ୍ରରେ ସାମିଲ୍‌ କରିଛି । ନେପାଳ ତା’ର ଏହି ନୂଆ ନକ୍ସା ପ୍ରକାଶ କରିବା ପରେ ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ନିଜର ଖୁସି ଜାହିର କରିଛନ୍ତି ।

ମନୀଷାଙ୍କ ଏହି ଟିପ୍ପଣୀକୁ ନେଇ ଭାରତର ଦିବଂଗତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପତି ସ୍ୱରାଜ କୈାଶଲ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନୀଷା ତାଙ୍କ ଟ୍ଵିଟରରେ କହିଛନ୍ତି ‘ହମାରା ଛୋଟେ ସେ ଦେଶ୍‌ କା ଗୈାରବ ରଖନେ କେ ଲିଏ ସୁକ୍ରିୟା ।

ମେଁ ସଭି ତିନ୍‌ ମହାନ୍‌ ଦେଶ୍‌ କୋ ବିଚ୍‌ ଶାନ୍ତିପୂର୍ଣ୍ଣ ଔର୍‌ ସମ୍ମାନଜନକ ବାତ୍‌ଚୀତ୍‌ କୀ ଉମ୍ମିଦ୍‌ କର୍‌ତୀ ହୁଁ ’ । ମନୀଷା କୋଇରାଲା ଭାରତ ଓ ନେପାଳ ସମସ୍ୟାରେ ଚୀନ୍‌କୁ ସାମିଲ୍‌ କରି ସ୍ୱରାଜଙ୍କୁ ନାରାଜ କରିଦେଇଥିଲେ ।

ସ୍ୱରାଜ ମନୀଷାଙ୍କ ପରିବାର ସହ ତାଙ୍କର ଭଲ ସମ୍ପର୍କକୁ ନେଇ ବହୁତ କିଛି କହିଥିଲେ । ସ୍ୱରାଜ ତାଙ୍କ ଟ୍ଵିଟରରେ ଲେଖିଥିଲେ ‘ମେରୀ ବଚ୍ଚି ମନୀଷା, ମୁଁ ତୁମ ସହ ମୁହଁ ଲାଗିବାକୁ ଚାହେଁନା । ତୁମେ ମୋର ଝିଅ ଭଳି ।

ତୁମେ ହମେ ୧୯୪୨ ଲଭ୍‌ ଷ୍ଟୋରୀ ପ୍ରିମିୟର ପର ଆମନ୍ତ୍ରିତ କିୟାଥା । ମେ ଫିଲ୍ମ କେ ଲିୟେ ନେହିଁ ରୁକାଥା । ଲେକିନ୍‌ ସୁଷମା ନେ ପୁରୀ ଫିଲ୍ମ ଦେଖାଥା । ମେରି ବେଟୀ ବାଂଶୁରୀ ତୁହ୍ମାରୀ ଗୋଦ୍‌ ମେ ଥୀ ।

ୟହ ୨୭ ଶାଲ୍‌ ପହେଲ୍‌ କି ବାତ୍‌ ହେ । ସ୍ୱରାଜ ମନୀଷା କୋଇରାଲାଙ୍କ ପରିବାର ଓ ଭାରତ ସହ ସମ୍ପର୍କ ନେଇ ବହୁତ କଥା ଲେଖିବା ସହ ଶେଷରେ ସୀମା ବିବାଦ ଭାରତ ଓ ନେପାଳ ଭିତରେ ହୋଇପାରେ ।

ହେଲେ ତୁମେ ଏଥିରେ ଚୀନ୍‌କୁ ମିଶାଇ ବହୁତ ଭୁଲ୍‌ କଲ୍‌ ବୋଲି ସେ ତାଙ୍କ ଟ୍ଵିଟ ରେ ଲେଖିଛନ୍ତି । ଏହାକୁ ନେଇ ଭାରତରେ ରାଜନୈତିକ ପରିସ୍ଥିତି ଉଷ୍ମ ହୋଇଛି ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago