‘ହନୁମାନ’ର ଟିଜର ରିଲିଜ, ଟିଜର ଦେଖିବା ପରେ ‘ଆଦିପୁରୁଷ’କୁ ଟ୍ରୋଲ କଲେ ଫ୍ୟାନ୍ସ

ରିଲିଜ ହେଲା ହନୁମାନର ଟିଜର । ଟିଜର ରିଲିଜ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ କରିଛି। ଟିଜର ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଏହାକୁ ନେଇ ଫ୍ୟାନ୍ସ ଫିଲ୍ମ ‘ଆଦିପୁରୁଷ’କୁ ଟ୍ରୋଲ କରୁଛନ୍ତି । ଫିଲ୍ମ ‘ହନୁମାନ’ର ନିର୍ଦ୍ଦେଶନା ପ୍ରଶାନ୍ତ ବର୍ମା ଦେଉଛନ୍ତି ।
ହନୁମାନ ଟିଜରରେ ମୁଖ୍ୟ ଭୂମିକା ଭଗବାନ ହନୁମାନଙ୍କ ଉପରେ ପର୍ଯ୍ୟବେସିତ । ଫିଲ୍ମର ଟିଜରରେ ଆକ୍ସନ ଠାରୁ ଆରମ୍ଭ କରି ରିଆକ୍ସନ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି। ଟିଜର ଦେଖି ଫ୍ୟାନ୍ସଙ୍କ ଲୋମ ଟାଙ୍କୁରୀ ଯାଉଛି । ଧାର୍ମିକ ଏବଂ ପୌରାଣିକ କଥା ରାମାୟଣକୁ ପୁଣିଥରେ ଦର୍ଶକେ ନୂଆ ରୂପରେ ଦେଖିବାକୁ ପାଇବେ । ଏହି ଫିଲ୍ମ କେବଳ ତେଲୁଗୁ ନୁହେଁ ବରଂ ତାମିଲ, କନ୍ନଡ, ମାଲୟଲମ, ହିନ୍ଦୀ ଭାଷାରେ ରିଲିଜ ହେବ।
#HanuManTeaser
3.5 cr buget film 😲😲 unbelievableOmraut needs belt treatment for what he done to adhipurush#Adipurush pic.twitter.com/9TpxZbKap6
— Neeraj bajwa (@NeerajBaj11) November 21, 2022
ଫିଲ୍ମ ‘ହନୁମାନ’ର ଟିଜର ଦେଖି ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୋସିଆଲ ମିଡିଆ ୟୁଜର୍ସଙ୍କ ଅନୁଯାୟୀ, ପ୍ରଭାସଙ୍କ ‘ଆଦିପୁରୁଷ’ ଠାରୁ ‘ହନୁମାନ’ର ଭିଏଫଏକ୍ସ ହଜାର ଗୁଣ ଭଲ ବୋଲି କହିଛନ୍ତି ।
ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ଟିଜର ଅକ୍ଟୋବରରେ ମୁକ୍ତିଲାଭ କରିଥିଲା। କିନ୍ତୁ ଏହା ଲୋକଙ୍କୁ ପସନ୍ଦ ଆସିନଥିଲା। ଏହା ପରେ ‘ଆଦିପୁରୁଷ’ କୁ ଖୁବ୍ ଟ୍ରୋଲ କରାଯାଇଥିଲା। ହନୁମାନର ଭିଏଫଏକ୍ସ ଦେଖିବା ପରେ ଆଦିପୁରୁଷ ଭିଏଫଏକ୍ସକୁ ନେଇ ଟ୍ରୋଲ୍ କରାଯାଉଛି ।
ଆଦି ପୁରୁଷ ପାଇଁ ପ୍ରଭାସ ନିଜ ଫିସ୍ ବଢ଼ାଇ ଦେଇଛନ୍ତି। ଏହି ଫିଲ୍ମରେ ଅଭିନୟ କରିବାକୁ ଅଧିକ ଡିମାଣ୍ଡ କରିଛନ୍ତି ପ୍ରଭାସ। ଏହି କାରଣରୁ ଫିଲ୍ମର ବଜେଟ୍ ୨୫ ପ୍ରତିଶତ ବଢ଼ିଯାଇଛି। ପ୍ରକାଶ ଯେ ପ୍ରଭାସଙ୍କ ଗତ ଫିଲ୍ମ ରାଧେଶ୍ୟାମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ଏବେ ସେ ନିଜ ଫିସ୍ ବୃଦ୍ଧି କରିଛନ୍ତି।
ଅଭିନେତା ପ୍ରଭାସ ଆଦି ପୁରୁଷର ନିର୍ମାତାଙ୍କୁ ପାଖାପାଖି ୨୦ କୋଟି ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି। ପ୍ରଥମରୁ ତାଙ୍କ ଫିସ୍ ୯୦-୧୦୦ କୋଟି ଟଙ୍କା ଥିଲା। ଏବେ ସେ ଏହାକୁ ବଢ଼ାଇ ଦେଇଛନ୍ତି। ଫଳରେ ନିର୍ମାତାଙ୍କ ଉପରେ ପ୍ରେସର ପଡ଼ିଛି। ନିର୍ମାତା ଏବେ ପ୍ରଭାସଙ୍କୁ ୧୨୦ କୋଟି ଟଙ୍କା ଦେବେ ବୋଲି ଡିମାଣ୍ଡ କରିଛନ୍ତି ପ୍ରଭାସ। ପ୍ରଭାସଙ୍କର ଏହି ଡିମାଣ୍ଡ ପରେ ଫିଲ୍ମର ବଜେଟ୍ ୨୫ ପ୍ରତିଶତ ବଢ଼ିଯାଇଛି।
ସୂଚନାଯୋଗ୍ୟ ଯେ, ଆଗକୁ ପ୍ରଭାସ ସୈଫ୍ ଅଲ୍ଲୀ ଖାନ୍ ଓ କୃତି ସାନନ୍ଙ୍କ ସହ ଆଦି ପୁରୁଷ, ଦୀପିକା ପାଦୁକୋନ୍ ଓ ଅମିତାଭ ବଚ୍ଚନଙ୍କ ସହ ଏକ ସାଇନ୍ସ ଫିକ୍ସନ୍ ଫିଲ୍ମରେ ନଜର ଆସିବେ। ଲୋକେ ପ୍ରଭାସଙ୍କ ଆଦି ପୁରୁଷକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।