‘ନୀଳମଣି ତୁ ମୋ ଜୀବନ ଧନ’ଗୀତକୁ ନୂଆ ଢଙ୍ଗରେ ଗାଇ ଚର୍ଚ୍ଚାରେ ଗାୟିକା ସୋନା ମହାପାତ୍ର

ସଙ୍ଗୀତ ଦୁନିଆର ଏକ ବିବାଦୀୟ ତଥା ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଗାୟିକା ସୋନା ମହାପାତ୍ର। ସବୁବେଳେ ନିଜ ଗୀତ ପାଇଁ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଥାନ୍ତି ଏହି କଣ୍ଠଶିଳ୍ପୀ। ଓଡ଼ିଆ ଗୀତକୁ ରିମିକ୍ସ କରି ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରିଥାନ୍ତି ସୋନା। ତେବେ ଏବେ ପୁଣି ଥରେ ଏକ ଗୀତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସୋନା ମହାପାତ୍ର। ପୁରୁଣା ଓଡ଼ିଆ ଗୀତ ନୀଳମଣିକୁ ନୂଆ ଅନ୍ଦାଜରେ ଗାଇ ଏବେ ଲୋକଲୋଚନକୁ ଆସିଛନ୍ତି ଏହି ଗାୟିକା।

ଲକ୍‌ଡାଉନ୍‌ ମଧ୍ୟରେ ଏହି ନୂଆ ଗୀତ ସମ୍ପର୍କରେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ସୋନା ମହାପାତ୍ର। ନୀଳମଣି ଗୀତ ସମ୍ପର୍କରେ ଟ୍ଵିଟ୍‌ କରି ସୋନା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଏହା ମୋର ଜନ୍ମଭୂମି ପାଇଁ ପ୍ରେମ ପତ୍ର ଓ ପ୍ରାର୍ଥନା। ଭାରତୀୟଙ୍କୁ ଏହି ଗୀତ ପସନ୍ଦ ଆସିବ ବୋଲି ମୋ ଆଶା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟନାମ ହେଉଛି ନୀଳମଣି’।

sona

ୟୁଟ୍ୟୁବ୍‌ରେ ସୋନାଙ୍କ ନୀଳମଣି ଗୀତକୁ ୟୁଜର୍ସ ବହୁତ ପସନ୍ଦ କରୁଥିବା ଦେଖାଯାଇଛି। ଓଡ଼ିଶାର ପୁରୁଣା ଗୀତକୁ ନୂଆ ଢଙ୍ଗରେ ଗାଇଥିବାରୁ କିଛି ୟୁଜର ସୋନାଙ୍କୁ ପସନ୍ଦ କରିଥିବା ମଧ୍ୟ ଦେଖାଯାଇଛି। ‘ନୀଳମଣି ତୁ ମୋ ଜୀବନ ଧନ’ରେ ସୋନା ଓଡ଼ିଶାର କଳାସଂସ୍କୃତି ତଥା ଗୋଟିପୁଅ ନୃତ୍ୟ, ପଟ୍ଟଚିତ୍ରକୁ ପ୍ରଦର୍ଶିତ କରିଛନ୍ତି।

Leave A Reply

Your email address will not be published.