ଭାଇରଲ ହେଲା ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର, ଭିଡିଓ ପୋଷ୍ଟ କରି ଅସ୍ବୀକାର କଲେ ଶକ୍ତିମାନ

ଶକ୍ତିମାନ ଏବଂ ଭୀଷ୍ମ ପିତାମହ ଭଳି ଚରିତ୍ରରେ ନଜର ଆସିଥିବା ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର ହଠାତ୍ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହା ଶୁଣି ଫ୍ୟାନ୍ସମାନେ ଭାଙ୍ଗିପଡିଥିଲେ। କିନ୍ତୁ ଏହା କେବଳ ଏକ ଗୁଜବ । ଏହାକୁ ନିଜେ ମୁକେଶ ଖାନ୍ନା ଅସ୍ୱୀକାର କରିଛନ୍ତି ।
ମୁକେଶ ଖାନ୍ନା ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ‘ମୋର ମୃତ୍ୟୁ ଖବର ଫେସବୁକରେ ଚାଲିଛି। ମୁଁ ସୁସ୍ଥ ଏବଂ ସଂପୂର୍ଣ୍ଣ ସୁରକ୍ଷିତ ଅଛି । କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ମୋତେ ବାରମ୍ବାର ଫୋନ୍ କଲ୍ ଆସୁଛି । ଏଠାରେ ମୁଁ ମୋର ଭଉଣୀ ପାଇଁ ଆଇସିୟୁ ବେଡର ବ୍ୟବସ୍ଥା କରୁଛି । ଦିଲ୍ଲୀରେ ମୋର ଭଉଣୀର ଆଇସିୟୁ ବେଡର ଆବଶ୍ୟକତା ଅଛି ।‘

କରୋନା କାଳରେ ସତର୍କତା ଅବଲମ୍ବନ କରି ମୁକେଶ କହିଛନ୍ତି, ‘ମୁଁ ନିୟମକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରୁଛି। ଏକ ବର୍ଷ ହେବ କୌଣସି ପାର୍ଟୀ କିମ୍ବା ଫଙ୍କସନ୍ ଯାଇ ନାହିଁ । ସାମାଜିକ ଦୂରତା ମଧ୍ୟ ରଖୁଛି । ମୁଁ ଦୁଇଟି ଯାକ ଭ୍ୟାକ୍ସିନ୍ ମଧ୍ୟ ନେଇସାରିଛି । ମୋର ଫ୍ୟାନ୍ସମାନେ ମଧ୍ୟ ସମସ୍ତ ନିୟମ ପାଳନ କରନ୍ତୁ ।‘

ସୂଚନାଯୋଗ୍ଯ, ପୂର୍ବରୁ ମିନାକ୍ଷୀ ଏବଂ କିରଣ ଖେରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ପରେ ଏହି ଖବର ଭାଇରଲ ହେବା ପରେ ସତ୍ଯତା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.