ହାତରେ ହାତ ଛନ୍ଦି ଆମ୍ବାନୀ ହାଉସରେ ଦେଖାଦେଲେ ପ୍ରିୟଙ୍କା- ନିକ୍ !

ମୁ୍ମ୍ବାଇ : ନିକଟରେ ଆମ୍ବାନୀ ହାଉସ ହୋଇଉଠିଥିଲା ଉତ୍ସବମୁଖର। ମୁକେଶ ଅମ୍ବାନୀଙ୍କ ବଡ଼ପୁଅ ଆକାଶ ଅଂବାନୀଙ୍କର ର୍ନିବନ୍ଧ ହୋଇଥିଲା। କିନ୍ତୁ ପାର୍ଟିର ମୁଖ୍ୟ ଆକର୍ଷଣ ବନିଥିଲେ ପ୍ରିୟଙ୍କା ଚୋପ୍ରା । ପାର୍ଟିରେ ନିଜ ବୟଫ୍ରେଣ୍ଡ ନିକ୍ ଜୋନସ୍ ସହ ପହଞ୍ଚିଥିଲେ କ୍ବାଣ୍ଟିକୋ ଅଭିନେତ୍ରୀ। ହାତରେ ହାତ ଛନ୍ଦି ପାର୍ଟି ଭିତରକୁ ପ୍ରବେଶ କଲେ ଯାହାପରେ ସମସ୍ତଙ୍କ ନଜର ତାଙ୍କ ଉପରୁ ହଟିପାରି ନଥିଲା। ପ୍ରିୟଙ୍କା ଗୋଲଡେନ୍ ଲାଲ୍ ଶାଢ଼ି ସହ ଲାଲ ଲିପଷ୍ଟିକ୍ ଓ ଟିକିଲି ତାଙ୍କ ସୁନ୍ଦରତାକୁ ଦ୍ବିଗୁଣିତ କରୁଥିଲା। ନିକ୍ ମଧ୍ୟ କଳା ରଙ୍ଗର ସୁଟ୍ ପିନ୍ଧି କିଛି କମ୍ ଦେଖାଯାଉ ନଥିଲେ। ଦୁହେଁ କ୍ୟାମେରା ସାମ୍ନାରେ ମଧ୍ୟ ପୋଜ୍ ଦେଉଥିବା ନଜର ଆସିଥିଲେ।

ହଲିଉଡ଼ ନାୟକ ନିକ୍, ଅଭିନେତ୍ରୀ ପ୍ରିୟଙ୍କା ଠାରୁ ୧୦ ବର୍ଷ ସାନ। କିନ୍ତୁ ପ୍ରେମିକାଙ୍କ ପ୍ରତି ନିଜର ଦାୟିତ୍ବ ତୁଲାଇବାରେ କେବେ ହେଳା କରନ୍ତି ନାହିଁ। କିଛିଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ବଏଫ୍ରେଣ୍ଡ ନିକଙ୍କୁ ତାଙ୍କ ପରିବାର ସହ ଦେଖା କରାଇବାକୁ ଭାରତ ଆଣିଥିଲେ। ତା’ପରେ ନିକ ପୁରା ପରିବାର ସହ ମିଶି ଛୁଟିରେ ଗୋଆ ଯାଇଥିଲେ। ସାଙ୍ଗରେ ଭଉଣୀ ପରିଣିତି ଚୋପ୍ରା ମଧ୍ୟ ଥିଲେ।

ଗୋଆରୁ ମିଳିଥିବା ଖବର ଅନୁଯାୟୀ , “ଆସନ୍ତା ମାସରେ ଦୁଇ କଳାକାର ର୍ନିବନ୍ଧ କରୁଛନ୍ତି। ଏମିତିରେ ଦୁହେଁ ପରିବାର ସାମ୍ନାରେ ପ୍ରୋମିଜ୍ ରିଙ୍ଗ ପିନ୍ଧାଇଛନ୍ତି। ବହୁ ଶୀଘ୍ର ଦୁହେଁ ବିବାହ କରିବେ”। ଭାରତ ଆସିବା ପରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ପ୍ରଥମେ ନିକଙ୍କ ସହ କଥାହୋଇଥିଲେ।

Leave A Reply

Your email address will not be published.