ନିକ୍‌ଙ୍କ ପାଇଁ କରଓ୍ଵା ଚୌଥ କଲେ ପ୍ରିୟଙ୍କା, ଫଟୋ ସେୟାର ପରେ ଏମିତି କହିଲେ ୟୁଜର

ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ। ଚଳିତବର୍ଷ ସେ ବିଦେଶରେ ହିଁ କରଓ୍ଵା ଚୌଥ ପାଳନ କରିଛନ୍ତି। ଗତବର୍ଷ ମଧ୍ୟ ସେ ନିକ୍‌ଙ୍କ ପାଇଁ ବ୍ରତ ରଖିଥିଲେ। ବିବାହ ପରେ ଏହା ପ୍ରିୟଙ୍କାର ପ୍ରଥମ କରଓ୍ଵା ଚୌଥ ଥିଲା। ଏ ଅବସରରେ ସେ ଲାଲ୍‌ ରଙ୍ଗର ଶାଢ଼ି ଓ ଚୂଡା ପିନ୍ଧିଥିଲେ। ସେ ନିକ୍‌ଙ୍କ ନାଁରେ ମେହେନ୍ଦି ମଧ୍ୟ ଲଗାଇଥିଲେ। କରଓ୍ଵାଚୌଥ୍‌ ଅବସରରେ ନିକ୍‌ ପ୍ରିୟଙ୍କାଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ। ତେବେ ଏହି ଫଟୋ ପାଇଁ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

ନିକ୍‌ ଲେଖିଛନ୍ତି, ‘ମୋ ପତ୍ନୀ ଜଣେ ଭାରତୀୟ। ସେ ହିନ୍ଦୁ ଏବଂ ସବୁ କ୍ଷେତ୍ରରେ ଅଦ୍ଭୁତ। ସେ ମତେ ନିଜ ସଂସ୍କୃତି ଏବଂ ଧର୍ମ ସମ୍ବନ୍ଧରେ ଅନେକ କିଛି ଶିଖାଇଛନ୍ତି। ମୁଁ ତାଙ୍କୁ ସବୁବେଳେ ପ୍ରେମ କରୁଛି ଏବଂ ଆପଣ ଦେଖିପାରୁଥିବେ ଆମେ କେତେ ମସ୍ତି କରୁଛୁ। ଆପଣଙ୍କୁ କରବା ଚୌଥର ଶୁଭେଚ୍ଛା।’

ତେବେ ଏହି ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି, ତୃତୀୟ ଶ୍ରେଣୀର ନିବନ୍ଧ ଭଳି କାହିଁକି ଲେଖିଛ?

ଏହାସହ ପଢ଼ନ୍ତୁ: ଦୀପିକାଙ୍କ ଫଟୋରେ ରଣବୀର କଲେ ଏମିତି କମେଣ୍ଟ, ଉତ୍ତରରେ ଦୀପିକା କହିଲେ ‘’ ଘରପେ ଆ… ବତାତି ହୁଁ ’’

ଆଉ ଜଣେ ୟୁଜର ଲେଖିଛନ୍ତି, ସାର୍‌ ଆପଣ ଏହା ଜବରଦସ୍ତି ଲେଖିବା ଭଳି ଲାଗୁଛି।