ଅତି ରୋମାଣ୍ଟିକ ହୋଇ ପ୍ରିୟଙ୍କାଙ୍କୁ କିସ କରୁଛନ୍ତି ନିକ, ଭାଇରଲ ହେଉଛି ଫଟୋ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ କ୍ୟୁଟ କପଲ ଭିତରୁ ଗୋଟିଏ । ପ୍ରଶଂସକମାନେ ସେମାନଙ୍କର ଫଟୋକୁ ବହୁତ ପସନ୍ଦ କରିଥାନ୍ତି । ପ୍ରିୟଙ୍କା ଏବଂ ନିକ ଆଜିକାଲି ଆମେରିକାରେ ଅଛନ୍ତି ଯେଉଁଠାରେ ସେମାନେ ପରସ୍ପର ସହିତ ସମୟ ବିତାଉଛନ୍ତି । ଏହି ଦମ୍ପତି ସେମାନଙ୍କ ଭ୍ୟାକେସନକୁ ବହୁତ ମିସ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଭାଇରାଲ ଫଟୋ ଏହାର ପ୍ରମାଣ ଅଟେ ।

 

View this post on Instagram

 

THIS CREW ESPECIAL Thank you @priyankachopra and @nickjonas for a week of lifetime memories

A post shared by Glen Powell (@glenpowell) on


ବାସ୍ତବରେ, ନିକ ଜୋନାସ ଏହି ସ୍ମରଣୀୟ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେତେବେଳେ ତାଙ୍କ ବନ୍ଧୁ ଗ୍ଲେନ ପାୱେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋରେ ନିକ୍ ପ୍ରିୟଙ୍କାଙ୍କୁ କିସ କରୁଛନ୍ତି ଏବଂ ଗ୍ଲେନ୍ ମଧ୍ୟ ତାଙ୍କୁ ଅନୁକରଣ କରୁଥିବା ଦେଖାଯାଉଛି । ତେବେ ନିକ ଗ୍ଲେନ ପାୱେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ହାପି ବାର୍ଥ ଡେ ଗ୍ଲେନ ପାୱେଲ, ଉଇ ଲଭ ୟୁ’ ।

ଯଦିଓ ତାଙ୍କର ଏହି ଫଟୋ ତାଙ୍କର ଏକ ପୁରୁଣା ଛୁଟିଦିନ । ଜାନୁଆରୀରେ, ଗ୍ଲେନ୍ ଏହି ଆଉଟିଙ୍ଗର ଫଟୋ ପୋଷ୍ଟ କରିଥିଲେ । ପ୍ରିୟଙ୍କା ଏବଂ ନିକ ପାୟତଃ ସାଙ୍ଗ ଏବଂ ପରିବାର ସହିତ ଛୁଟିଦିନ ପାଳନ କରନ୍ତି । ସୂଚନା ଅନୁଯାୟୀ ଲକଡାଉନ ହେତୁ ପ୍ରିୟଙ୍କା ବର୍ତ୍ତମାନ ପାଇଁ ନିଜ ପ୍ରୋଜେକ୍ଟର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି । ଏପଟେ ଘରେ ରହି ନିକ ନିଜର ନୂଆ ମ୍ୟୁଜିକ୍ ଭିଡିଓ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ କାମ କରିବାରେ ବ୍ୟସ୍ତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.