ପୁଣି ଶ୍ବଶୁର ଘରକୁ ଆସିବେ ନିକ ଜୋନ୍ସ !

ମୁମ୍ବାଇ : ଏବେ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହିଛି ନିକ୍ ଏବଂ ପ୍ରିୟଙ୍କାଙ୍କ ପ୍ରେମ କାହାଣୀ। ତେବେ ମିଳିଥିବା ଖବର ଅନୁଯାୟୀ ଖୁବ୍ ଶୀଘ୍ର ଭାରତ ଆସିବେ ନିକ ଜୋନସ୍। ଭାରତ ଆସି ସେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କୁ ଭେଟିବେ। ମିଳିଥିବା ଖବର ମୁତାବକ, ପୂର୍ବଥର ଭାରତ ଆସିବା ସମୟରେ ସେ ପ୍ରିୟଙ୍କାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭେଟିପାରିନଥିଲେ।

ନିକଟରେ ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି। ପ୍ରିୟଙ୍କାଙ୍କ ଜଣେ ସାଙ୍ଗଙ୍କ ଅନୁଯାୟୀ ନଭେମ୍ବର ୧୦ ତାରିଖରେ ନିକ୍ ଜୋନ୍ସଙ୍କ ହାତ ଧରି ପାରନ୍ତି ଅଭିନେତ୍ରୀ। ଏମିତି ବି କୁହାଯାଉଛି, ବିବାହ ପାଇଁ ସଲମାନ ଖାନଙ୍କ ଫିଲ୍ମ ଭାରତର ଅଫରକୁ ଛାଡ଼ିଛନ୍ତି ପ୍ରିୟଙ୍କା। ନିକଟରେ ନିକ୍ ଜୋନ୍ସ ନ୍ୟୁୟର୍କ ସିଟିର ଟିଫାନୀ ଷ୍ଟୋରରୁ ନିଜ ଲେଡି ଲଭ୍ ପାଇଁ ଏକ ମୁଦି କିଣିଥିଲେ। ସେତେବେଳେ ପ୍ରିୟଙ୍କା ବି ନ୍ୟୁୟର୍କରେ ଥିଲେ। ଏହାପରେ ଦୁହିଁଙ୍କର ଏନଗେଜମେଣ୍ଟ ଓ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.